ନବ ବିଧାୟକ ଥିବା ବେଳେ ଖୋଳିପାରିଲେନି ପୋଖରୀ। ଏଥର ଉପ ନିର୍ବାଚନରେ ପାନେ ଦେବାକୁ ଲୋକଙ୍କ ଚେତାବନୀ। ବିଧାୟକ ଥିବା ବେଳେ ବୋଧେ ନବ ବାବୁ ଭୁଲି ଯାଇଥିଲେ ଲୋକଙ୍କ ସମସ୍ୟାକୁ। ଆଉ ଏବେ ଲୋକେ ଅଣ୍ଟା ଭିଡିଛନ୍ତି ପାନେ ଦେବାକୁ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ଗ୍ରାମପଂଚାୟତର ତପଗୁଂଜାର ଭେଲୁଆଁପଡାରେ ରୁହନ୍ତି ୨୮ରୁ ୩୦ ପରିବାର। ପଡ଼ାବାସୀଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଥିବା ବେଳେ ଗାଧୋଇବା ପାଇଁ ବନ୍ଧ କି ପୋଖରୀ ନଥିବାରୁ ଲୋକମାନେ ଗାଧୋଇବାକୁ ବର୍ଷକୁ ତିନି ହଜାର ଟଙ୍କା ଦେଇ ପାଣି କିଣୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ntvjRpN
No comments:
Post a Comment