ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତାଟି ଏହା ଜାଣି ପାରି ନଥିଲା। ଶିକାରୀ ବିଦ୍ୟୁତ ଚାର୍ଜିତ ଫାଶ ସଂସ୍ପର୍ଶରେ ଆସି ଯାଇଥିଲା। ଘଟଣାସ୍ଥଳରେ ଆଖି ବୁଜିଥିଲା। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ମହଦା ଗାଁ ନିକଟରେ।
ମହଦା ଗାଁ ନିକଟ ଜଙ୍ଗଲରେରେ ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା। ଗତକାଲି ରାତିରେ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସି ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫଶି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।
ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ ହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GhkF31r
No comments:
Post a Comment