ଜେଲ୍‌ରୁ ମୁକୁଳିଲେ ଆନନ୍ଦ ମୋହନ, କହିଲେ- କୃଷ୍ଣୈୟାଙ୍କ ପରିବାର ପ୍ରତି ସମବେଦନା ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 26, 2023

ଜେଲ୍‌ରୁ ମୁକୁଳିଲେ ଆନନ୍ଦ ମୋହନ, କହିଲେ- କୃଷ୍ଣୈୟାଙ୍କ ପରିବାର ପ୍ରତି ସମବେଦନା ଅଛି

ଶେଷରେ ବିହାରର ସହରସା ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଆନନ୍ଦ ମୋହନ । ପ୍ରାୟ ୧୫ ବର୍ଷ ଜେଲ୍‌ରେ ରହିବା ପରେ ଆଜି ମୁକ୍ତ ହୋଇଛନ୍ତି ଆନନ୍ଦ ମୋହନ । ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ଆନନ୍ଦ ମୋହନ ଜେଲ୍‌ରୁ ମୁକୁଳିଛନ୍ତି। ତାଙ୍କ ସମେତ ଆଉ ୨୬ ଜଣ ବି ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ତେବେ ଆନନ୍ଦ ମୋହନଙ୍କ ମୁକ୍ତି ରାଜନୀତି ଜୋର ଧରିଛି। ତାଙ୍କୁ ଜେଲ୍‌ରୁ ବାହାର କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଇନରେ ଥିବା ବ୍ୟବସ୍ଥାକୁ କୋହଳ କରିଥିବା ଅଭିଯୋଗ ହୋଇଛି।

୧୯୯୪ରେ ଗୋପାଳଗଞ୍ଜର ତତ୍‌କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜୀ କୃଷ୍ଣୈୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ ଆନନ୍ଦ ମୋହନ। ୨୦୦୭ରେ ବିହାରର ଏକ ତଳ କୋର୍ଟ ଆନନ୍ଦ ମୋହନ ସିଂହଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ତେବେ ୨୦୦୮ରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। ହାଇକୋର୍ଟଙ୍କ ରାୟକୁ ୨୦୧୨ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଫଳରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆନନ୍ଦ ମୋହନ ଜେଲରେ ରହିଥିଲେ।

ବିହାରରେ ଏବେ ଜେଡିୟୁ ଓ ଆରଜେଡି ମେଣ୍ଟ ସରକାର ଥିବା ବେଳେ ଆନନ୍ଦ ମୋହନଙ୍କ ପୁଅ ଚେତନ ମୋହନ ବିଧାୟକ ଅଛନ୍ତି। ତେଣୁ ନୀତୀଶ କୁମାର କୋହଳ ମନୋଭାବ ପୋଷଣ କରି ଆନନ୍ଦ ମୋହନଙ୍କ ମୁକୁଳିବା ବାଟ ପରିଷ୍କାର କରିଥିବା ଆଲୋଚନା ହେଉଛି।

ଖାସ୍ ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ପାଇଁ ଜେଲ୍‌ ମାନୁଆଲ ୨୦୧୨ ଅଧିନୀୟମରେ ପରିବର୍ତ୍ତନ କରାଯାଇଛି। ଏଥିରେ ୧୪ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ଥିବା କଏଦୀଙ୍କୁ ମୁକଳାଇବାକୁ ନିୟମ କରାଯାଇଛି। ଏହି ନିୟମ ଅଧୀନରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ୨୭ କଏଦୀଙ୍କୁ ମୁକ୍ତ କରାଯାଇଛି।

ବୁଧବାର ୧୪ ଜଣ କଏଦୀ ମୁକ୍ତ ହୋଇଥିବା ବେଳେ ଅନ୍ୟମାନେ ଆଜି ମୁକ୍ତ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦ ମୋହନଙ୍କୁ ଭୋରରୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଆନନ୍ଦ ମୋହନ ମୁକ୍ତି ହେବା ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଖୁସି ଅଛନ୍ତି। ତାଙ୍କୁ ସ୍ୱାଗତ କରିବାକୁ ସେମାନେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଷ୍ଟର ମାରିଥିଲେ। 

ନିଜ ପୁଅର ନିର୍ବନ୍ଧ ପାଇଁ ଆନନ୍ଦ ମୋହନ ୧୫ ଦିନ ପାଇଁ ପାରୋଲରେ ଥିବା ବେଳେ ଗତକାଲି ସହରସା ଜେଲ୍‌କୁ ଫେରିଥିଲେ। ଆଉ ଆଜି ତାଙ୍କୁ କଏଦୀ ଜୀବନରୁ ମୁକ୍ତି ମିଳିଛି। 

ଜେଲ୍‌ରୁ ମୁକ୍ତି ପାଇବା ପରେ ଆନନ୍ଦ ମୋହନ କହିଛନ୍ତି, ଜୀ କୃଷ୍ଣୈୟାଙ୍କ ହତ୍ୟା ଘଟଣା ତାଙ୍କ ପରିବାର ସମେତ ମୋ’ ପରିବାରକୁ ବି ବରବାଦ କରି ଦେଇଛି। ତେଣୁ ତାଙ୍କ ପରିବାର ପ୍ରତି ମୋର ସହାନଭୂତି ରହିଛି।

ହେଲେ ଜୀ କୃଷ୍ଣୈୟାଙ୍କ ପରିବାର ଏଥିରେ ଆଦୌ ଖୁସି ନାହାନ୍ତି। ରାଜ୍ୟ ସରକାର ନିଜ ସ୍ୱାର୍ଥ ପାଇଁ ଜଣେ ଅପରାଧୀକୁ ଜେଲ୍‌ରୁ ମୁକୁଳାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୪ ସମିହା ଡିସେମ୍ବର ୫ ତାରିଖରେ ଗୋପାଳଗଞ୍ଜର ତତ୍‌କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜୀ କୃଷ୍ଣୈୟାଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ। ଜୀ କୃଷ୍ଣୈୟାଙ୍କ ହତ୍ୟା ନିମନ୍ତେ ଉକ୍ତ ଲୋକମାନଙ୍କୁ ଆନନ୍ଦ ମୋହନଙ୍କୁ ଉସକାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଆନନ୍ଦ ମୋହନ ଦୋଷୀ ସାବ୍ୟସ୍ତ ହୋଇଥିଲେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ytLMi5n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages