‘ସିଦ୍ଧୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ହତ୍ୟା ମାମଲାରେ ଜେଲରେ ସଜା କାଟୁଥିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 2, 2023

‘ସିଦ୍ଧୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ହତ୍ୟା ମାମଲାରେ ଜେଲରେ ସଜା କାଟୁଥିଲେ’

ଶନିବାର ଜେଲରୁ ବାହାରିବା ମାତ୍ରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୂର୍ବ ଭଳି ତାଙ୍କ ବୟାନବାଜି ଆରମ୍ଭ କରି ଦେଇଛନ୍ତି। ସେ ପଞ୍ଜାବର ଆପ୍ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପଞ୍ଜାବରେ ଆଇନ ଶୃଙ୍ଖଳା ପୂରା ବିଗିଡ଼ି ଯାଇଥିବା ସେ କହିବା ସହିତ ନିର୍ବାଚନ ପୂର୍ବରୁ ଆପ୍ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ। କେବଳ ଏତିକି ନୁହେଁ, ସେ ସିଧାସଳଖ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବୱନ୍ତ ମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଭଗୱନ ମାନ ‘ଅଖବାରୀ ମୁଖ୍ୟମନ୍ତ୍ରୀ’ (ଖବର କାଗଜ ମୁଖ୍ୟମନ୍ତ୍ରୀ) ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଖବର କାଗଜରେ ବିଭିନ୍ନ ସମୟରେ ବିଜ୍ଞାପନ ଦେଉଥିବାରୁ ସିଦ୍ଧୁ ଏଭଳି କହିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଆପ୍। ଦଳର ମୁଖ୍ୟ ମୁଖପାତ୍ର ମଲବିନ୍ଦର ସିଂହ କଙ୍ଗ କହିଛନ୍ତି ଯେ ସିଦ୍ଧୁ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି। ସେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଦଣ୍ଡ ଭୋଗୁଥିଲେ। ରୋଡ୍ ରେଜ୍ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିଲା।

ଜେଲରୁ ବାହାରୁ ବାହାରୁ ସେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ସେଥିରୁ ଲାଗୁଛି ସେ ତାଙ୍କ ରାଜନୀତିକ ବସ୍‌ମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି। ସିଦ୍ଧୁ ଏବେ ବିଶ୍ରାମ ନେବା ଉଚିତ। ଅଧିକ ଉତ୍ସାହିତ ହୋଇ ଏଣୁତେଣୁ କହିବା ଠିକ ନୁହେଁ ବୋଲି କହିଛନ୍ତି ଆପ ମୁଖପାତ୍ର ମଲବିନ୍ଦର ସିଂହ କଙ୍ଗ।

ସିଦ୍ଧୁ ଜେଲରୁ ବାହାରିବା ପରେ କହିଥିଲେ ଯେ ତାଙ୍କୁ ମୁକ୍ତ କରିବାରେ କେଇ ଘଣ୍ଟା ବିଳମ୍ବ କରାଗଲା। ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରାଯାଇଥିବା ସେ କହିଥିଲେ। ତେବେ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଆପ୍।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6DZqOCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages