ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଲେ ସରକାର। ଏହି ଘଟଣାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ଫଟୋ ଅନେକ ସରକାରୀ ଦଳର ନେତାଙ୍କ ସହ ଭାଇରାଲ ହୋଇଥିଲା। ବିଧାନସଭାରେ ବିରୋଧୀ ସିଧାସଳଖ ଅଭିଯୋଗ କଲେ ସରକାରୀ ଦଳର ସଂପୃକ୍ତି ନେଇ। ଶେଷରେ ବାଧ୍ୟହୋଇ ସରକାର ଏହାର ତଦନ୍ତ ଦେଲେ କ୍ରାଇମବ୍ରାଞ୍ଚକୁ। ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବିରୋଧୀ। ବିଜେପି କହିଛି କ୍ରାଇମବ୍ରାଞ୍ଚ ୨୨୫ଟି ମାମଲା ଭିତରୁ କେବଳ ୪୫ଟିରେ ହିଁ ଚାର୍ଜସିଟ୍ ଦାଖଲ କରିପାରିଛି। କ୍ରାଇମବ୍ରାଞ୍ଚ ସରକାରୀ ଦଳର ଏକ ଏଜେଣ୍ଟ ସାଜିଛି। ନବ ଦାସ ହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା ତାର କଣ ହେଲା। ଅନ୍ୟ ଘଟଣା ଭଳି ଏହାକୁ ମଧ୍ୟ କ୍ରାଇମବ୍ରାଞ୍ଚ ଦବାଇଦେବ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବଲାଙ୍ଗିର ଏସପି ଏହି ଘଟଣାର ଠିକ୍ ତଦନ୍ତ କରୁଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MI6DHA3
No comments:
Post a Comment