ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ ଦେଇ ବନ୍ଧା ହେଲେ ୬୦ ବର୍ଷୀୟ ବୃଦ୍ଧ। ଗତବର୍ଷ ବୃଦ୍ଧଜଣକ ଏକ ଚିଠି ଲେଖି ଏହି ଧମକ ଦେଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ମଧ୍ୟପ୍ରଦେଶ ପୁଲିସ୍। ଏହି ବୃଦ୍ଧଜଣକ ହେଉଛନ୍ତି ଦୟା ସିଂ ।
ଦୟା ସିଂ ଗତକାଲି ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ଦେଇ ଯାଉଥିବା ସୂଚନା ପାଇ ପୁଲିସ୍ ତାଙ୍କୁ ମାଡ଼ି ବସିଥିଲା। ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ମଧ୍ୟପ୍ରଦେଶ ପୁଲିସ୍ ସୂଚନା ଦେଇଛି।
ଏନେଇ କ୍ରାଇମବ୍ରାଞ୍ଚର ଡେପୁଟି କମିଶନର ନିମିଷ ଅଗ୍ରୱାଲ କହିଛନ୍ତି, ବୃଦ୍ଧଜଣକ କ’ଣ ପାଇଁ ରାହୁଲ ଗାନ୍ଧିଙ୍କ ପାଖକୁ ଧମକପୂର୍ଣ୍ଣ ଚିଠି ପଠାଇଥିଲେ ତାହା ସ୍ପଷ୍ଟ ହୋଇନି। ଏହା ପଛରେ ଆଉ କାହାର ହାତ ଅଛି କି କ’ଣ ତାହା ସ୍ପଷ୍ଟ ହୋଇଛି।
ଗତବର୍ଷ ସେପ୍ଟେମ୍ବରରେ କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ନଭେମ୍ବର ୨୭ରେ ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରବେଶ କରିଥିଲା। ଉକ୍ତ ସମୟରେ ଏକ ଧମକପୂର୍ଣ୍ଣ ଚିଠି ଇନ୍ଦୋରର ଏକ ମିଠା ଦୋକାନ ସମ୍ମୁଖରୁ ମିଳିଥିଲା। ଉକ୍ତ ଚିଠିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କମଳ ନାଥଙ୍କୁ ବମ୍ ପକାଇ ହତ୍ୟା କରାଯିବା ଧମକ ଦିଆଯାଇଥିଲା। ଏପରିକି ସେମାନଙ୍କ ଭାରତତ ଯୋଡ଼ୋ ଯାତ୍ରା ବେଳେ ବି ବମ୍ ବିସ୍ଫୋରଣ କରାଯିବ ବୋଲି କୁହାଯାଇଥିଲା। ଏ ନେଇ ତୁରନ୍ତ ଏକ ମାମଲା ରୁଜୁ କରି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲେ।
ପ୍ରାୟ ୫ ମାସ ପରେ ପୁଲିସ୍ ଉକ୍ତ ବୃଦ୍ଧଙ୍କୁ ଗିରଫ କରିଥିଲେ ବି ଏପରି ଧମକ ପଛର କାରଣ ସ୍ପଷ୍ଟ ହୋଇ ପାରିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rSB2HbI
No comments:
Post a Comment