୪ ଯାତ୍ରୀଙ୍କୁ ନୂଆ ଜୀବନ ଦେଇ କାଲି ବୁଡ଼ିଯାଇଥିଲେ ନାଉରିଆ, ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 27, 2023

୪ ଯାତ୍ରୀଙ୍କୁ ନୂଆ ଜୀବନ ଦେଇ କାଲି ବୁଡ଼ିଯାଇଥିଲେ ନାଉରିଆ, ଆଜି ମିଳିଲା ମୃତଦେହ

ନାଉରିଆ ବେଉସାରୁ ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ। ତେଣୁ ରାତି ପାହିଲେ ଅକାତ କାତ ପାଣିରେ ଆହୁଲା ମାରି ଯାତ୍ରୀଙ୍କୁ ନଦୀ ପାର କରିଥାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ନଦୀକୁ । ଭାବିଥିଲେ ଦୁଇ ପଇସା ଧରି ଘରକୁ ଫେରିବି। ମାତ୍ର ସବୁ ଗଣନା ଭୁଲ୍‌ ହୋଇଗଲା। ଯାତ୍ରୀଙ୍କୁ ଧରି ଡଙ୍ଗାଟି ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ମଝି ନଦୀରେ ଟଳମଳ ହୋଇ ତାହା ଓଲଟି ପଡ଼ିଲା। ଆଖି ଆଗରେ ୩୦ ଯାତ୍ରୀଙ୍କୁ ଭାସୁଥିବା ଦେଖି ସମ୍ଭାଳି ପାରିଲେନି। ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ୪ଜଣଙ୍କୁ ଉଛୁଳା ନଈରୁ ଟାଣି ଆଣି ନୂଆ ଜୀବନ ଦେଲେ। ହେଲେ ଏହା ମଧ୍ୟରେ ହାଲିଆ ହୋଇ ଯାଇଥିବା ନାଉରିଆ ଜଣଙ୍କ। କିନ୍ତୁ ନିଜେ କୂଳକୁ ଆସି ପାରି ନ ଥିଲେ। ରାତି ପାହିଲେ ଯେଉଁ ନଦୀକୁ ଭରସା କରି ସେ ଜୀବନ ଗାଡ଼ି ଗଡ଼ାଇ ଚାଲିଥିଲେ, ସେହି ନଦୀରେ ହିଁ ବୁଡ଼ି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଗତକାଲିଠୁ ବୁଡ଼ିଥିବା ନାଉରିଆଙ୍କର ଆଜି ମୃତଦେହ ଉଦ୍ଧାର ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ । ମୃତ ନାଉରିଆ ଜଣଙ୍କ ହେଲେ ସୁଦର୍ଶନ ସ୍ୱାଇଁ ।

ଗତକାଲି ସୁଦର୍ଶନ ୩୦ ଜଣ ଯାତ୍ରୀଙ୍କୁ ଧରି  ଡଙ୍ଗାରେ ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲେ। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ ନଦୀରେ ଖସି ପଡ଼ିଥିଲେ। ଗ୍ରାମବାସୀ ଓ ନାଉରୀ ସୁଦର୍ଶନ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ସୁଦର୍ଶନ ସ୍ୱାଇଁ ନିଜେ ନିଖୋଜ ହୋଇଯାଇଥିଲେ। ସେହିପରି ନାବାଳକ ଦେବେନ୍ଦ୍ର ବେହେରା ମଧ୍ୟ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ନାଉରୀ ସୁଦର୍ଶନ ସ୍ୱାଇଁଙ୍କ ପତ୍ତା ମିଳି ନଥିଲା। ଆଜି ସକାଳେ ସୁଦର୍ଶନଙ୍କ ମୃତଦେହ ବ୍ରାହ୍ମଣୀନଦୀରୁ ଉଦ୍ଧାର କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fuUZh0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages