ଖୋଲୁଛି ଠକ ତାନ୍ତ୍ରିକର କଳାକାରନାମାର ପେଡ଼ି, ଘର ପଛପଟେ ସୁନା ଇଟା ଥିବା କହି ଠକି ଥିଲା ୫ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 29, 2023

ଖୋଲୁଛି ଠକ ତାନ୍ତ୍ରିକର କଳାକାରନାମାର ପେଡ଼ି, ଘର ପଛପଟେ ସୁନା ଇଟା ଥିବା କହି ଠକି ଥିଲା ୫ ଲକ୍ଷ

ଗୋଟିଏ ପରେ ଗୋଟିଏ ଧରାପଡ଼ୁଛି ଠକ ତାନ୍ତ୍ରିକ ମୌଲାନା କୈଫରର ଚାଲ। ଗୁପ୍ତଧନ ବାହାର କରିଦେବ କହି ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ମୌଲାନା କୈଫରଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ। ଘର ପଛପଟେ ସୁନା ଇଟା ଥିବା କହି ଜଣେ ବ୍ୟକ୍ତିଙ୍କଠାରୁ ୫ଲକ୍ଷ ଟଙ୍କା ଠକିଥିବା ମଙ୍ଗଳବାଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ମୌଲାନା କୈଫଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଠକେଇରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଅଞ୍ଚଳରେ।

ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି, ମୋ ଘରେ କିଛି ସମସ୍ୟା ଥିବାରୁ ମୌଲାନା କୈଫଙ୍କ ପାଖକୁ ଆସିଥିଲି। ସେ ଘରକୁ ବନ୍ଦୀ କରିବାକୁ କହିଥିଲେ। ସେ ନିଜେ ଯାଇ ମୋ ଘରେ ପୂଜାପାଠ କରି ଏହାକୁ ବନ୍ଦୀ କରିଥିଲେ। ପରେ ଆମ ଘର ପାଖରେ ଥିବା ଏକ ନିମ୍ବ ଗଛ ପାଖରେ ମାଟି ତଳେ ଏକ ଇଟା ଅଛି ବୋଲି କହିଥିଲେ। ସେହି ଇଟାକୁ ବାହାର କରି ଦେଲେ ଘରେ ଆଉ ଅଶାନ୍ତି ରହିବ ନାହିଁ ବୋଲି ସେ କହିଥିଲେ। ମୌଲାନା କୈଫ ନିଜେ ସେହି ଇଟାକୁ ଖୋଳି ବାହାର କରିଥିଲେ।

ସେ ଆହୁରି କହିଛନ୍ତି, “ବାହାର କରିଥିବା ଇଟାକୁ ସେ ସୁନା ଇଟା ବୋଲି କହିଥିଲେ। ଏହାକୁ ବିକ୍ରି କଲେ ଗୋଟିଏ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଥିଲେ। ସେଥିପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ମୋତେ କହିଥିଲେ। ରାଜସ୍ଥାନରୁ କସ୍ତୁରୀ ଆଣି ସୁଦ୍ଧି କରିବା ପରେ ସେହି ଇଟାକୁ ସେ ବଜାରରେ ବିକ୍ରି କରିଦେବେ ବୋଲି କହିଥିଲେ। ସେଥିରୁ ଯାହା ପଇସା ହେବ ତାକୁ ସେ ମୋତେ ଦେବେ ବୋଲି କହିଥିଲେ। 

ପରେ ଇଟାକୁ ନେଇ ସେ ମୋ ଘରୁ ପଳାଇ ଯାଇଥିଲେ। ପରେ ମୁଁ ଓ ମୋ ବାପା ମୌଲାନା କୈଫଙ୍କ ଘରକୁ ଯାଇ ୫ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲୁ। ୨ ମାସ ତଳେ ତାଙ୍କ ଘରକୁ ମୁଁ ଯାଇଥିଲି। ଇଟା ବାବଦରେ ପଚାରିବାରୁ ସେ ମୋତେ ଇଟା ଫେରାଇ ଦେଇଥିଲେ। ଇଟା ବାବଦକୁ ଦେଇଥିବା ୫ଲକ୍ଷ ଟଙ୍କା ମାଗିବାରୁ ଦେଇ ନଥିଲେ। ମୁଁ ତୁମକୁ ଇଟା ଫେରାଇ ଦେଲି, ପଇସା କ’ଣ ନେବ ବୋଲି କହିଥିଲେ। ତା’ ପରେ ମୁଁ ଘରକୁ ଫେରି ଆସିଥିଲି। ପରେ ଜାଣିଲି ତାହା ସୁନା ଇଟା ନୁହେଁ କପରରେ ତିଆରି ଇଟା।” 

ଗତକାଲି ମୌଲାନା କୈଫଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିଲା। ପୁଲିସ ମୌଲାନାଠାରୁ ନଗଦ ୨,୭୬,୦୦୦ ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ଲକ୍‌ଜୁରିୟସ୍‌ କାର୍‌, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମୀ ଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/J2I51AF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages