ମାଟ୍ରିକ ରେଜଲ୍ଟ ବାହାରିବାର ୨ ଦିନରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 28, 2023

ମାଟ୍ରିକ ରେଜଲ୍ଟ ବାହାରିବାର ୨ ଦିନରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବାର ୨ ଦିନ ମଧ୍ୟରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ। ଏପରି ଚାଞ୍ଚଲ୍ୟକର ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ପରୀକ୍ଷାରେ ଫେଲ୍‌ ହେବାରୁ କୋମଳମତି ଛାତ୍ରଛାତ୍ରୀ ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏହାକୁ ନେଇ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଜଗନ୍ନାଥମ ବାଣୀ ନାମ୍ନୀ ୧୭ ବର୍ଷୀୟା ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗୋଟିଏ ପେପରରେ ଫେଲ୍‌ ହୋଇଥିଲେ । ଗତ ଗୁରୁବାର ରେଜଲ୍ଟ ବାହାରିଥିବା ବେଳେ ଜଗନ୍ନାଥମଙ୍କ ପରିବାର ଲୋକେ ସେ ରହୁଥିବା ହଷ୍ଟେଲରେ ପହଞ୍ଚି ତାଙ୍କୁ ବୁଝାଶୁଝା କରିଥିଲେ। ଏପରିକି ଖୁବ୍‌ ଶୀଘ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେବା ନିମନ୍ତେ ସେମାନେ ତାଙ୍କୁ କହି ଫେରିଥିଲେ।

ହେଲେ ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ହଷ୍ଟେଲ ରୁମ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପାଇ ପରିବାର ଲୋକେ ପହଞ୍ଚି ମୃତଦେହକୁ ନେଇଥିଲେ। ବାଣୀଙ୍କୁ ତାଙ୍କ କଲେଜ ପ୍ରିନ୍ସିପାଲ ଓ ପ୍ରଫେସରମାନେ ଅନ୍ୟ ପିଲାଙ୍କ ସମ୍ମୁଖରେ ଆକ୍ଷେପ କରିଥିବାରୁ ସେ ଏପରି ପଦକ୍ଷେପ ଉଠାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

ସେହିପରି ବି. ତରୁଣ ନାମକ ଛାତ୍ର ଚଳିତ ପରୀକ୍ଷାରେ ବହୁ ବିଷୟରେ ଫେଲ୍‌ ହୋଇଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି। ଏହାବାଦ ଏ. ଅଖିଲାଶ୍ରୀ, ତୁଲାସୋ ଥାରୁନ, ବି ଜଗଦୀଶ ନାମକ ବିଶାଖାପାଟଣମର ୩ ଛାତ୍ର ଫାଶୀ ଲଗାଇ ନିଜ ଜୀବନ ହାରିଛନ୍ତି। ଚିତ୍ତୋରର ୨ ଛାତ୍ର ବି ପରୀକ୍ଷାରେ ଭଲ କରି ନ ପାରିବାରୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି ।

ଏହାବାଦ ଅନନ୍ତପୁର ଜିଲ୍ଲାର ଜଣେ ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିବା ବେଳେ କିଟନାଶକ ପିଇ ଜଣେ ଛାତ୍ର ମୃତ୍ୟୁମୁଖରେ ପଡ଼ିଛନ୍ତି। ଏହାବାଦ ଆହୁରି କିଛି ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍‌ ହେବା କାରଣରୁ ନିଜ ଜୀବନକୁ ଶେଷ କରି ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wYGVyHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages