ସରକାରୀ ହସ୍ପିଟାଲରେ ହେଉଥିବା ଚରମ ଅବହେଳାର ଆଉ ଗୋଟିଏ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାର ଶିବମଥଗା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଘଟିଛି ବିଚଳିତ କରିବା ଭଳି ଘଟଣା। ପ୍ରସୁତୀ ୱାର୍ଡ ନିକଟରେ ଜଣେ ନବଜାତକୁ ଝୁଣି ମାରି ଦେଇଛି ଗୋଟିଏ ବୁଲା କୁକୁର।
ଏମସିଜ୍ଞାନ ଜିଲ୍ଲା ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡଙ୍କ କହିବା କଥା ଯେ ପ୍ରସୁତୀ ୱାର୍ଡ ନିକଟରେ ଗୋଟିଏ ବୁଲା କୁକୁର ତା’ ପାଟିରେ କିଛି ଗୋଟିଏ ଧରି ଦୌଡ଼ୁଥିବା ଦେଖିବାକୁ ପାଇଥିଲେ। ସେମାନେକ କୁକୁରର ପିଛା କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲା। ସେ ଦୌଡ଼ି ଯିବା ବେଳେ ତା’ ପାଟିରେ ଧରିଥିବା ଜିନିଷକୁ ପକାଇ ଦେଇଥିଲେ।
ଏହାପରେ ସିକ୍ୟୁରିଟି ଗାର୍ଡମାନେ କୁକୁରଟି ପ୍ରସୁତୀ ୱାର୍ଡରୁ ଜଣେ ନବଜାତକୁ ନେଇ ଚାଲି ଯାଉଥିବା ଜାଣିବାକୁ ପାଇଥିଲେ। କୁକୁର କାମୁଡ଼ାରେ ରକ୍ତାକ୍ତ ହୋଇ ସାରିଥିବା ନକଜାକୁ ସେମାନେ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ସେତେବେଳକୁ ତା’ର ମୃତ୍ୟୁ ଘଟି ସାରିଥିଲା। ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ ପ୍ରଶାସନ ପକ୍ଷରୁ ବୁଲା କୁକୁରଙ୍କୁ କେମିତି ଘଉଡ଼ା ଯିବ, ସେନେଇ ସମୀକ୍ଷା କରାଯାଇଛି।
କୁକୁର କାମୁଡ଼ିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିଲା ନା ମୃତ ଶିଶୁଟିକୁ କୁକୁର ଟେକି ନେଇ ଯାଉଥିଲା, ସେକଥା ଜାଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାଟିର ମା’ ବାପାଙ୍କ ସମ୍ପର୍କରେ ଏଯାଏ ସୂଚନା ମିଳିନି।
ପିଲାଟି ପ୍ରକୃତରେ କେତେବେଳେ ପ୍ରାଣ ହରାଇଥିଲା, ସେକଥା ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିପରି ଅଧିକାରୀମାନେ ସ୍ଥାନୀୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଗର୍ଭବତୀଙ୍କ ରେକର୍ଡ ଯାଞ୍ଚ କରି ପିଲାଟିର ପ୍ରକୃତ ମା’ଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5IYf8CB
No comments:
Post a Comment