ବନ୍ଧୁ ସାଜିଲା ବଇରୀ, ବୁଲିବାକୁ ଡାକି ଗୁପ୍ତାଙ୍ଗ କାଟିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 2, 2023

ବନ୍ଧୁ ସାଜିଲା ବଇରୀ, ବୁଲିବାକୁ ଡାକି ଗୁପ୍ତାଙ୍ଗ କାଟିଦେଲା

ବନ୍ଧୁ ସାଜିଲା ବଇରୀ। ବିଶ୍ୱାସରେ ଦେଲା ବିଷ। ବେଳାଭୂମି ବୁଲିବାକୁ ଡାକିନେଇ ସାଙ୍ଗର ଗୁପ୍ତାଙ୍ଗ କାଟିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ବେଳାଭୂମିରୋ ଗୁରୁତର ଭାଗବତ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁରେ ବୋଲି ଜଣାଯାଇଛି। ଅଭିଯୁକ୍ତ ଅକ୍ଷୟ ରାଉତଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କ ଘର ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି।

ଅକ୍ଷୟ ଓ ଭାଗବତ ଉଭୟ ଫେସବୁକରୁ ପରସ୍ପରକୁ ଚିହ୍ନିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏହାରି ଭିତରେ ଏତେ ସମ୍ପର୍କ ନିବିଡ଼ ହୋଇଯାଇଥିଲା ଯେ ଅକ୍ଷୟ ଭାଗବତଙ୍କ ଘରକୁ ଆସି ରହୁଥିଲେ। ଭାଗବତ ମଧ୍ୟ ଅକ୍ଷୟଙ୍କ ଘରେ କିଛି ଦିନ ମଧ୍ୟ ରହୁଥିଲେ।

ଗତକାଲି ଦିନ ପ୍ରାୟ ୧୦ଟା ସମୟରେ ଅକ୍ଷୟ  ନିଜ ଅଟୋ ନେଇ ଭାଗବତଙ୍କ ଘରେ ପହଞ୍ଚିଥିଲେ। ରାଜନଗର ପେଣ୍ଠ ବେଳାଭୂମି ଯିବାକୁ ଭାଗବତଙ୍କୁ ଡାକି ନେଇଥିଲେ। ଅକ୍ଷୟଙ୍କ କଥାରେ ଭାଗବତ ରାଜି ହୋଇଯାଇଥିଲେ। ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ବାହାରି ଯାଇଥିଲେ। ବେଳାଭୂମିରେ ପହଞ୍ଚି ଅକ୍ଷୟ ଓ ଭାଗବତ ବୁଲାବୁଲି କରିବା ସହ ଭୋଜନ ମଧ୍ୟ କରିଥିଲେ। ପରେ ସେଠାରେ ଦୁଇ ଜଣ ବିଶ୍ରାମ ନେଇଥିଲେ।

ଏହି ସମୟରେ ଅକ୍ଷୟ ହଠାତ୍ ଉଠିଯାଇ ନିଜ ଅଟୋରୁ ଏକ ଛୁରୀ ଆଣି ଭାଗବତଙ୍କ ଗୁପ୍ତାଙ୍କ ଉପରେ ଚୋଟ ପକାଇଥିଲେ। ଏପରି ଦୁଇରୁ ୩ ଥର ଚୋଟ ପକାଇଥିଲା। ପରେ ସେଠାରୁ ଅକ୍ଷୟ ଚମ୍ପଟ ମାରଥିଲେ। ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ଭାଗବତ ପରିବାର ଲୋକଙ୍କୁ ଫୋନ୍‌ କରିଥିଲା। ପରିବାର ଲୋକେ ପହଞ୍ଚି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଭାଗବତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ ସମୁଦ୍ର କୂଳରୁ ଅକ୍ଷୟଙ୍କ ଜୋତା ଓ ଏକ ବିଷ ବୋତଲ ଉଦ୍ଧାର କରିଛି। ଏହାସହ ଅକ୍ଷୟଙ୍କ ଅଟୋକୁ ମଧ୍ୟ ଜବତ କରି ଘଟଣାର ତଦନ୍ତ କରୁଛି।ଏପରି ଅକ୍ଷୟ  ଭାଗବତଙ୍କ ସହ କାହିଁ କଲେ ତାର କାରଣ ଜଣାପଡ଼ି ନାହିଁ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/w1yWPEd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages