କୋରାପୁଟର ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଅତିଥି ଭବନରେ ରାତ୍ରଭୋଜନ ଖାଦ୍ୟ ଖାଇ ୧୨ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ପର୍ଯ୍ୟଟକଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି।
ବିଭିନ୍ନ ରାଜ୍ୟରୁ ସାବର ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଅତିଥି ଭବନରେ ରହିଥାନ୍ତି। ଗତକାଲି ରାତିରେ ଅତିଥି ଭବନରେ ରହିଥିବା ପର୍ଯ୍ୟଟକମାନେ ରୋଷେଇ ହୋଇଥିବା ଖାଦ୍ୟ ଖାଇଥିଲେ। ଖାଇବାର କିଛି ସମୟ ପରେ ୧୨ରୁ ଅଧିକ ଜଣ ପର୍ଯ୍ୟଟକଙ୍କର ମୁଣ୍ଡ ବୁଲାଇଥିଲା। ଏହାସହ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୬ ଜଣ ପର୍ଯ୍ୟଟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଅତିଥି ଭବନରେ ରୋଷେଇ ହୋଇଥିବା ଖାଦ୍ୟ ବାସି ଖାଦ୍ୟ ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CM7xd2B
No comments:
Post a Comment