ଅଧା ରହିଗଲା ଜଗା ଦର୍ଶନ। କାର୍ ଯୋଗେ ପୁରୀ ଯାଉଥିବା ବେଳେ ଅଧାବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା। କାର୍ଟି ଦ୍ରୁତ ଗତିରେ ଆସି ଟ୍ରକ୍ ଚକା ତଳେ ପଶିଯିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରକୁ ସ୍ଥାନାନ୍ତର କରାଯାଇଛି।
ଆଜି ଭୋର ସମୟରେ ପଶ୍ଚିମବଙ୍ଗର ୬ ଜଣ ଯାତ୍ରୀ କାର୍ ଯୋଗେ ପୁରୀ ଯାଉଥିଲେ। ଏହି ସମୟରେ ଛତାବର ନିକଟରେ ଏକ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିଲା। କାର୍ଟି ଭାରସାମ୍ୟ ହରାଇ ଟ୍ରକ୍କୁ ଧକ୍କା ଦେଇ ଚକା ତଳେ ପଶିଯାଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରା ଟ୍ରକ୍ରେ କିଛି କ୍ଷୟକ୍ଷତି ହୋଇନାହିଁ।
ଦୁର୍ଘଟଣାରେ କାର୍ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NAgfeWT
No comments:
Post a Comment