ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୬ ମଇଁଷିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିର ଖୁମକୂଟ ନିକଟ ଏକ ଫାର୍ମହାଉସରେ।
ସୂନାଅନୂସାରେ, ଏକ ମଇଁଷି ପଲ ଖାଦ୍ୟ ଅନ୍ୱେଷଣରେ ଫାର୍ମହାଉସ ନିକଟକୁ ପଳାଇ ଆସିଥିଲେ। ହେଲେ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ ଫାର୍ମହାଉସ ମାଲିକ କରେଣ୍ଟ ଦେଇଥିଲେ। ହେଲେ ମଇଁଷି ପଲ ଏହା ଜାଣିପାରି ନଥିଲେ। ଫାର୍ମହାଉସ ଭିତରକୁ ପଶିବାକୁ ଉଦ୍ୟମ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ୬ ମଇଁଷଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ମଇଁଷି ଗୁଡ଼ିକ ଫାର୍ମହାଉସ ନିକଟରେ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ମଇଁଷି ମାଲିକଙ୍କୁ ଜଣାଇଥିଲେ।
ମଇଁଷିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ହେଲେ ଫାର୍ମହାଉସ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
ତେଣେ କିଭଳି ଭାବେ ଫାର୍ମହାଉସ ମାଲିକ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ କରେଣ୍ଟ ଦେଇଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FRuijWG
No comments:
Post a Comment