ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 29, 2023

ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା

ହାତୀ ଆକ୍ରମଣରେ ଗଲା ପୁଣି ଏକ ଜୀବନ। ଆଜି ଭୋରରେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା।

ଗାଁ ନିକଟ ଜମିରେ ତାଙ୍କ ପରିବାର ଲୋକେ ଡାଳୁଅ ଧାନ ଚାଷ କରିଛନ୍ତି। ଗତକାଲି ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ। ଚାଷ ଜମି ନିକଟସ୍ଥ ପୋଖରୀ କୂଳରେ ଥିବା ମଣ୍ଡପରେ ଶୋଇଥିଲେ ଶ୍ରୀକାନ୍ତ।

ଭୋର ସମୟରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଶ୍ରୀକାନ୍ତଙ୍କୁ କଚାଡ଼ି ଦଳି ଦେଇଥିବା ଜଣାପଡ଼ିଛି। ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଗତକାଲି ଅନୁଗୋଳ ବନଖଣ୍ଡ ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେହି ଅନୁଗୋଳ ବନଖଣ୍ଡରେ ଗତ ୨୪ ତାରିଖରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ବଡ଼କନ୍ତକୁଳ ଗାଁରେ ଏହି ଘଟଣା ଘଟିଥିଲା।

ସେହିପରି ଗତ ୨୭ ତାରିଖ ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଜଣଙ୍କ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ଏକ ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ତା’ ବାପାମା’ ଓ ଭଉଣୀ ଆହତ ହୋଇଛନ୍ତି।

୨୦୧୨ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ ୯୨୫ ଜଣ ଜୀବନ ଯାଇଥିଲା। ଗତ ମାର୍ଚ୍ଚ ମାସରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ।


 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bZjeyw3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages