ସାନ ଭାଇର ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଚକାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।
ମୃତ ବ୍ୟକ୍ତିଙ୍କ ନାଁ ମଧୁସୂଦନ ଜେନା। ତାଙ୍କୁ ୫୮ ବର୍ଷ ହୋଇଥିଲା। ମାସେ ପୂର୍ବରୁ ତାଙ୍କ ପତ୍ନୀ ଚାଲି ଯାଇଥିଲେ। ତେବେ ୧୫ ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ସାନ ଭାଇଙ୍କର ମୃତ୍ୟୁ ହେବା ପରେ ସେ ଭାଙ୍ଗି ପଡ଼ିଥିଲେ।
ପରିବାର ଚଳାଇବାରେ ତାଙ୍କ ସାନ ଭାଇ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ଭାଇ ହଠାତ୍ ଏମିତି ଚାଲିଯିବା କଥାକୁ ସେ ଗ୍ରହଣ କରିପାରୁ ନଥିଲେ। ସେଥିପାଇଁ ସବୁ ବେଳେ ଦୁଃଖିତ ରହୁଥିବା ମଧୁସୂଦନ ଶନିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଶବବ୍ୟବଚ୍ଛେଦ ପରେ ଆଜି ଗାଁରେ ମୃତଦେହ ପହଞ୍ଚିଥିଲା। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମଧୁସୂଦନଙ୍କର ଦୁଇ ଜଣ ପୁଅ ଅଛନ୍ତି। ଜଣେ ବେକାର ଥିବା ବେଳେ ଅନ୍ୟ ଜଣେ ଦୃଷ୍ଟିବାଧିତ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/m2SAJGh
No comments:
Post a Comment