‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି। ଯିଏ ଆମ ଚିନ୍ତା କରିଥାନ୍ତି, ଆମେ କିନ୍ତୁ ତାଙ୍କ କଥା ଚିନ୍ତା କରି ନ ଥାଉ। କାରଣ ଆମ ରକ୍ଷାକର୍ତ୍ତା ହେଉଛନ୍ତି ଖୋଦ ସୁଦର୍ଶନ ଚକ୍ରଧାରୀ।’ କାହାରି ନାଁ ନ ଧରି ବି ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍ ସଚିନ ପାଇଲଟଙ୍କୁ ଆକ୍ଷେପ କରି ଏପରି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ବସୁନ୍ଧରା ଉଦୟପୁରରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ଏପରି କହିଛନ୍ତି।
ଡୁଙ୍ଗରପୁର ଜିଲ୍ଲାର ମ୍ୟାଲା ଗାଁରେ ଆୟୋଜିତ ଭାଗବତ କଥା କାର୍ଯ୍ୟକ୍ରମରେ ଯୋଗ ଦେଇ ବସୁନ୍ଧରା ରାଜେ ଏପରି ଟିପ୍ପଣୀ କରିଛନ୍ତି। ସଚିନ ପାଇଲଟଙ୍କ ନାଁ ନ ଧରି ବସୁନ୍ଧରା କହିଛନ୍ତି, ଯିଏ ସବୁବେଳେ ଆମ ଚିନ୍ତାରେ ବ୍ୟସ୍ତ, ଆମେ କିନ୍ତୁ ତାଙ୍କ ଚିନ୍ତା କରୁନୁ। କାରଣ ଖୋଦ ସୁଦର୍ଶନ ଚକ୍ରଧାରୀ ଆମ ସୁରକ୍ଷା କବଚ ଅଟନ୍ତି। ପରିସ୍ଥିତିରେ ପଡ଼ି ନିଜ ଲୋକ ପର ହୋଇ ପାରନ୍ତି, କିନ୍ତୁ ସୁଦର୍ଶନ ଚକ୍ରଧାରୀ ସବୁବେଳେ ଆମ ରକ୍ଷା ନିମନ୍ତେ ଦଣ୍ଡାୟମାନ । ଏଥିସହ ସେ କହିଛନ୍ତି, ଯାହାକୁ ଖୋଦ ପ୍ରଭୁ ରକ୍ଷା କରିବେ, ତାକୁ ବା କିଏ ମାରିପାରିବ ।
ସୂଚନାଯୋଗ୍ୟ, ବସୁନ୍ଧରା ରାଜେ କାର୍ଯ୍ୟକାଳ ସମୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ସଚିନ ପାଇଲଟ ନିଜ ସରକାର ବିରୋଧରେ ଛିଡ଼ା ହୋଇଛନ୍ତି। ବସୁନ୍ଧରା ରାଜେଙ୍କ ସମୟରେ ହୋଇଥିବା ସ୍କାମର ତଦନ୍ତ ନିମନ୍ତେ ସେ ଦାବି ଜଣାଇ ଆସୁଛନ୍ତି। ଏପରିକି ଏଥିନିମନ୍ତେ ନିଜ ସରକାର ବିରୋଧରେ ଜୟପୁରରେ ଦିନିକିଆ ଧାରଣା ବି କରି ସାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Hg0nIXc
No comments:
Post a Comment