ଆମ୍ବେଦକର ଜୟନ୍ତୀ ବେଳେ ଅଘଟଣ; ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ମୃତ, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 13, 2023

ଆମ୍ବେଦକର ଜୟନ୍ତୀ ବେଳେ ଅଘଟଣ; ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ମୃତ, ୫ ଗୁରୁତର

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରୁ ଘରକୁ ଫେରିବା ବେଳେ ଘଟିଲା ଅଘଟଣ। ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି।

ଗତକାଲି ରାତିରେ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ବୌଧାନନ ପଞ୍ଚାୟତ ସମିତି ଦ୍ୱାରା ବିରାରରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ରାତି ୯ ଟାରୁ ଆରମ୍ଭ ହୋଇ ରାତି ସାଢେ ୧୦ଟା ରେ କାର୍ଗିଲ ଛକଠାରେ ଶେଷ ହୋଇଥିଲା । ସେଠାରୁ କର୍ମୀମାନେ ନିଜ ନିଜ ଘରକୁ ଫେରୁଥିଲେ।

ଏହି ସମୟରେ ଏକ ଟ୍ରଲିରେ ୬ ଜଣ ବସି ଫେରୁଥିଲେ। ଉକ୍ତ ଟ୍ରଲିରେ ଲାଗିଥିବା ଲୁହା ରଡ଼ ରାସ୍ତା ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା। ଫଳରେ ଟ୍ରଲିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା।

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଟ୍ରଲିରେ ବସିଥିବା ୪ ଜଣ ଓ ଟ୍ରଲି ଚାଳକଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Oc4A2Sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages