ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତାକଡ଼କୁ ଖସିଲା ବସ୍। ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ବିଜାଡ଼ିହ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ଜଣ ଯାତ୍ରୀ।
ଆଜି ସକାଳେ ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ୍ ୩୦ଜଣ ଯାତ୍ରୀଙ୍କୁ ନେଇ ପାଲଲହଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବିଜାଡ଼ିହ ନିକଟରେ ହଠାତ୍ ଏକ ଗାଈ ବସ୍ ସାମ୍ନାକୁ ପଳାଇ ଆସିଥିଲା।
ଡ୍ରାଇଭର ଗାଈଟିକୁ ବଞ୍ଚାଇବାକୁ ଯାଇ ବସ୍ଟିକୁ ସାଇଡ୍ କରି ନେଇଯିବାକୁ ଚେଷ୍ଟା କରିଥିଲେ। ହେଲେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ବସ୍ରୁ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟ ଏକ ବସ୍ରେ ସମସ୍ତ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠେଇ ଦିଆଯାଇଥିଲା। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HMPgkmJ
No comments:
Post a Comment