କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ବେଦଖଲ କରିବା ପାଇଁ ଏକ ବଡ ଯୋଜନା ଆରମ୍ଭ ହୋଇଛି। ରାହୁଳ ଗାନ୍ଧିଙ୍କ ସଂସଦ ସଦସ୍ୟତା ଯିବା ପରେ ଏହି ଅଭିଯାନକୁ ଜୋରଦାର କରାଯାଇଛି। ସମସ୍ତ ଅଣ ଏନଡିଏ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଉଛି। ଶରଦ ପାଓ୍ୱାର, ମମତା ବାନାର୍ଜୀ ଏବଂ ଏପରିକି ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବା ନେଇ ଚେଷ୍ଟା ଚାଲୁଛି। ଦିଲ୍ଲୀରେ ନିଜେ ରାହୁଲ ଗାନ୍ଧି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଭିନ୍ନ ନେତାଙ୍କୁ ସାକ୍ଷାତ କରି ବିଜେପି ବିରୋଧୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QIxMOL3
No comments:
Post a Comment