ଝୁଲିଛି ମା’ର ମୃତଦେହ, ପାଖରେ ଶୋଇଛି ୬ ମାସର ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 4, 2023

ଝୁଲିଛି ମା’ର ମୃତଦେହ, ପାଖରେ ଶୋଇଛି ୬ ମାସର ଝିଅ

ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗିବାକୁ ପଡ଼ିଛି ଏକ ନିଷ୍ପାପ ଶିଶୁକୁ । ବାପାମା’ କଳି ଭିତରେ ମା’ ଛେଉଣ୍ଡ ହୋଇ ଯାଇଛି ୬ ମାସର ଶିଶୁ କନ୍ୟା। ଆଖି ଖୋଲିବା ଦିନଠୁ ଯାହାକୁ ଦେଖିଥିଲା, ଏବେ କୁନି ଆଖିରେ ତାକୁ ଚାରି ଆଡ଼େ ଖୋଜି ବୁଲୁଛି। ହେଲେ ମା’ର ପତ୍ତା ପାଉନି। ସ୍ୱାମୀଙ୍କ ସହ କଳହ ପରେ ମହିଳାଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି।  ଏପରି ଏକ ଦୁଃଖଦ ଘଟଣା ବୌଦ୍ଧ ସହରର ପଣୁଆ ସାହିରେ ଘଟିଛି।

ରାଜସ୍ଥାନର ଅଞ୍ଚଳର ଏକ ଦମ୍ପତି ବୌଦ୍ଧରେ ରହୁଥିବା ବେଳେ ଏଠାରେ ବିଭିନ୍ନ ଜିନିଷ ବିକି ନିଜ ପରିବାର ପୋଷୁଥିଲେ। ସେମାନେ ବୌଦ୍ଧରେ ଏକ ଘର ଭଡ଼ା ନେଇ ସ୍ୱାମୀ, ସ୍ତ୍ରୀ, ଛୋଟ ଛୁଆ ଓ ଦିଅର ରହୁଥିଲେ। 

  ଗତକାଲି  ସମସ୍ତେ ରାମଲୀଳା ଦେଖିବାକୁ ଯାଇଥିଲେ। ସେଠାରେ ମହିଳାଙ୍କ ଦିଅର ରହିଯାଇଥିବା ବେଳେ ଅନ୍ୟମାନେ ଫେରି ଆସିଥିଲେ । ମାତ୍ର ଘରେ କୌଣସି କାରଣରୁ ପତିପତ୍ନୀଙ୍କ ଝଗଡ଼ା ହୋଇଥିବା ଅନୁମାନ କରାଯାଉଛି।

ମହିଳାଙ୍କ ଦିଅର ବିଳମ୍ବିତ ରାତିରେ ଫେରିବା ବେଳକୁ କବାଟ ଖୋଲାଥିବା ବେଳେ ଭାଉଜଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏଥିସହ ଉକ୍ତ ରୁମ୍‌ରେ ପିଲାଟି ବି ଶୋଇଥିଲା। ତେବେ ସେ ନିଜ ଭାଇଙ୍କ ପତ୍ତା ପାଇପାରି ନ ଥିଲେ।

ଏନେଇ ସେ ଘର ମାଲିକଙ୍କୁ ଖବର ଦେଇଥିଲେ।  ଘର ମାଲିକ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳିପାରିନି । ପୁଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4nOAlNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages