ଆଉ ନାହାନ୍ତି କିମ୍ବଦନ୍ତୀ ଲୋକ ଗାୟକ ତଥା ବେଙ୍ଗଲର ଭେଟରାନ କଣ୍ଠଶିଳ୍ପୀ ତିଲକ ମହାରାଜ। ସୋମବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। କିଛି ମାସ ତଳେ ତଲିକ ମହାରାଜଙ୍କ ହାର୍ଟ ସର୍ଜରୀ ହୋଇଥିଲା।
ସେ ଧୀରେଧୀରେ ସୁସ୍ଥ ବି ହେଉଥିଲେ। ତାଙ୍କ ବୟସ ଅଧିକ ହୋଇଯାଇଥିବାରୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଅଧିକ ସମୟ ଲାଗିବ ବୋଲି ଡାକ୍ତରମାନେ କହିଥିଲେ। ଏସବୁ ଭିତରେ ଗତକାଲି ତିଲକ ମହାରାଜ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ବୃନ୍ଦାବନର ମୋହନପୁର ଅଞ୍ଚଳରେ ଥିବା ଆଶ୍ରମରେ ହିଁ ସେ ଚିରନିଦ୍ରାରେ ଶୋଇ ଯାଇଛନ୍ତି।
ବାଲୁ ସିଙ୍ଗର ଭାବେ ଲୋକପ୍ରିୟତା ହାସଲ କରିଥିବା ତିଲକ ମହାରାଜ ଲୋକକଳାରେ ପ୍ରସିଦ୍ଧ ଲାଭ କରିଥିବା ଜି ଦାସ, ପୂର୍ଣ୍ଣଦାସ ବାଲୁ, ସନାତନ ଦାସ, କଲାଚାନ୍ଦ ଦରବେଶ, ପରୀକ୍ଷିତ ବାଲାଙ୍କ ସହ ମଧ୍ୟ କାମ କରିଥିଲେ। ଜି ଦାସ ହେଉଛନ୍ତି ତିଲକ ମହାରାଜଙ୍କ ଗୁରୁ। ଜି ଦାସଙ୍କ ମୃତ୍ୟୁପରେ ସେ ମୋହନପୁର ଚାଲି ଆସିଥିଲେ ଓ ସେହି ଠାରେ ହିଁ ସେ ନିଜର ନୂଆ ଯାତ୍ରା ଆରମ୍ଭ କରିଥିଲେ। ବେଙ୍ଗଲ ଲୋକକଳା ପ୍ରତି ତାଙ୍କର ଅବଦାନ ଯଥେଷ୍ଟ ରହିଥିଲା।
ନିକଟରେ ଗୋଟିଏ ଘରୋଇ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମରେ ତିଲକ ମହାରାଜ ଅତିଥି ଭାବେ ନଜର ଆସିଥିଲେ। ତାଙ୍କୁ ଉକ୍ତ କାର୍ଯ୍ୟକ୍ରମର ବିଚାରପତି ମୋନାଲି ଠାକୁର, ଶ୍ରୀକାନ୍ତ ଆଚାର୍ଯ୍ୟ ଓ ଶାନ୍ତନୁ ମୋଇତ୍ରା ସମ୍ମାନୀତି କରିଥିଲେ। ତାଙ୍କ ବିୟୋଗରେ ପୂରା ବେଙ୍ଗଲ କଳା ଇଣ୍ଡଷ୍ଟ୍ରୀରେ ଶୋକରଚ୍ଛାୟା ଖେଳି ଯାଇଛି। ଅନେକ ବ୍ୟକ୍ତିବିଶେଷ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/72H5dfI
No comments:
Post a Comment