ସାଥୀ ହୋଇ ମରିବାକୁ ପଣ କଲେ, ପ୍ରେମିକାକୁ ବିଷ ଦେଇ ନିଜେ ଖସିଗଲା ଧୋକାବାଜ ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 17, 2023

ସାଥୀ ହୋଇ ମରିବାକୁ ପଣ କଲେ, ପ୍ରେମିକାକୁ ବିଷ ଦେଇ ନିଜେ ଖସିଗଲା ଧୋକାବାଜ ପ୍ରେମିକ

ପ୍ରେମିକାର ବିଶ୍ୱାସରେ ବିଷ ଦେଲା ଧୋକାବାଜ ପ୍ରେମିକ। ସାଥୀ ହୋଇ ମରିବାକୁ ନିଷ୍ପତ୍ତି ନେଇ ପ୍ରେମିକାକୁ ବିଷ ବୋତଲ ପିଇବାକୁ ଧରାଇ ଦେଲା, କିନ୍ତୁ ପ୍ରେମିକା ବିଷ ପିଇବା ପରେ ନିଜେ ପିଇଲା ନାହିଁ। ଶେଷରେ ମେଡିକାଲ ବେଡ୍‌ରେ ଏକ ମାସ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଚାଲିଗଲା ପ୍ରେମିକାର ଜୀବନ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁରେ ଘଟିଛି ଏହି ଘଟଣା। 

ନୂନପାଣି ଗାଁର ଜଣେ ନାବାଳିକା ସେହି ଗାଁର ଜଣେ ଯୁବକଙ୍କୁ ଦୀର୍ଘ ୨ ବର୍ଷ ଧରି ଭଲ ପାଉଥିଲେ। ହେଲେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁ ପ୍ରେମରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଉଭୟ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ। ଶେଷରେ ଦୁଇଜଣ ବିଷ ପିଇ ମରିଯିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମାର୍ଚ୍ଚ ୧୯ ତାରିଖ ଦିନ  ନାବାଳିକା ଜଣଙ୍କ ସଂପୃକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ଯୁବକଙ୍କ ଘର ବାଡ଼ି ପଟରେ ଥିବା ଘରେ ଦୁହେଁ ବିଷ ପିଇବେ ବୋଲି ନିଷ୍ପତ୍ତି ନେଇଥିଲେ। ସଂପୃକ୍ତ ଯୁବକ ଏକ ବିଷ ବୋତଲ ଆଣି  ନାବାଳିକାଙ୍କୁ  ଦେଇଥିଲେ। ତୁ ବିଷ ପିଇବା ପରେ ମୁଁ ପଇବି ବୋଲି କହିଥିଲେ। ସଂପୃକ୍ତ ଯୁବକ କଥାରେ ରାଜି ହୋଇ ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ। ହେଲେ ଯୁବକ ଜଣଙ୍କ ବିଷ ପିଇନଥିଲେ। ସେହି ସ୍ଥାନରୁ ପଳାଇ ଆସିଥିଲେ।

ଯୁବକଙ୍କ ପରିବାର ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ନାବାଳିକାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ମାସ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଗତକାଲି ନାବାଳିକାଙ୍କର ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ଗତକାଲି ରାତିରେ ନାବାଳିକାଙ୍କ ମୃତଦେହକୁ ଡାକ୍ତରଖାନାରୁ ଘରକୁ ନ ଆଣି ସଂପୃକ୍ତ ଯୁବକଙ୍କ ଘର ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି। ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରୁ ବୋଲି ଦାବି କରିଛନ୍ତି।

ଗତ ମାର୍ଚ୍ଚ ୨୨ ତାରିଖ ଦିନ କୋକସରା ଥାନାରେ ନାବାଳିକାଙ୍କ ବାପା ସଂପୃକ୍ତ ଯୁବକ ନାଁରେ ଅଭିଯୋଗ କରିବା ପରେ ବି ପୁଲିସ କାହିଁକି ତାଙ୍କୁ ଗିରଫ କରିନାହିଁ ବୋଲି ପରିବାର ଲୋକେ ପ୍ରତିବାଦ କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zaBDkQU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages