ଶାହିସ୍ତାଙ୍କୁ ଖୋଜୁଛି ଡ୍ରୋନ; ଗଙ୍ଗା କୂଳରେ ଚାଲିଛି ସର୍ଚ୍ଚ ଅପରେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 19, 2023

ଶାହିସ୍ତାଙ୍କୁ ଖୋଜୁଛି ଡ୍ରୋନ; ଗଙ୍ଗା କୂଳରେ ଚାଲିଛି ସର୍ଚ୍ଚ ଅପରେସନ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ହତ୍ୟାର ଶିକାର ହେବା ପରେ ଏବେ  ପତ୍ନୀ ଶାହିସ୍ତା ପରବୀନଙ୍କୁ ଧରିବାକୁ ଆରମ୍ଭ ହୋଇଛି ଜୋରଦାର ସର୍ଚ୍ଚ ଅପରେସନ । ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଏସଟିଏଫ ଓ ପୁଲିସ୍‌ ଟିମ୍‌ ପ୍ରୟାଗରାଜ ସମେତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଖାନତଲାସୀ ଜାରି ରଖିଛି। ଏପରିକି ଶାହିସ୍ତା ଓ ତାଙ୍କ ସହଯୋଗୀଙ୍କୁ ଖୋଜିବାକୁ ଡ୍ରୋନ୍‌ର ସାହାଯ୍ୟ ମଧ୍ୟ ନିଆଯାଉଛି।

ସୂଚନାନୁସାରେ, ସୁଟର ଶାବୀର ଏବଂ ଅତିକର ଭଉଣୀ ଆୟେଶାଙ୍କ ସହ ଶାହିସ୍ତା ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଲୁଚି ରହିଛନ୍ତି। ସେଠାରୁ ସେମାନେ ଜଳପଥ ଦେଇ ପଶ୍ଚିମବଙ୍ଗ ଚାଲିଯିବାର ଯୋଜନା କରିଥିବା ସୂଚନା ମିଳିଛି। ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ସେମାନେ ବାରମ୍ବାର ନିଜ ଲୋକେସନ ସହ ଫୋନ୍‌ ନମ୍ବର ବି ପରିବର୍ତ୍ତନ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କ ହତ୍ୟାରେ ଶାହିସ୍ତା ମଧ୍ୟ ଅନ୍ୟତମ ଅଭିଯୁକ୍ତ। ଅତିକ ସାବରମତି ଜେଲ୍‌ରେ ଥିବା ବେଳେ ଶାହିସ୍ତା ସ୍ୱାମୀଙ୍କୁ ସାକ୍ଷାତ କରିବାକୁ ସେଠାକୁ ଯାଇଥିଲେ। ସେଠାରେ ହିଁ ଉଭୟ ପତିପତ୍ନୀ ମଧ୍ୟରେ ବିଧାୟକ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା। ପରେ ଜଣେ ପୁଲିସ୍‌ କର୍ମଚାରୀ ଜରିଆରେ ଜେଲ୍‌କୁ ଏକ ଫୋନ୍‌ ସେଟ୍‌ ପଠାଇଥିଲେ ଶାହିସ୍ତା । ସେହି ଫୋନ୍‌ ଦ୍ୱାରା ଷଡଯନ୍ତ୍ର କରାଯାଇ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି। ତେଣୁ ଏହି ହତ୍ୟା ଘଟଣାରେ ଶାହିସ୍ତାଙ୍କୁ ଖୋଜୁଛି ପୁଲିସ୍‌ । ଏପରିକି ତାଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

ପୁଅ ଅସଦର ଏନକାଉଣ୍ଟର ତଥା ସ୍ୱାମୀ ଅତିକ ଅହମଦଙ୍କ ହତ୍ୟାକାଣ୍ଡ ପରେ ଉଭୟଙ୍କ ଅନ୍ତିମ ସଂସ୍କାରରେ ଶାହିସ୍ତା ସାମିଲ ହେବେ ବୋଲି ପୂର୍ବରୁ ପୁଲିସ୍‌କୁ ସୂଚନା ମିଳିଥିଲା। ତେଣୁ ତାଙ୍କୁ କାବୁ କରିବାକୁ ପୁଲିସ୍‌ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲା। ହେଲେ ଶାହିସ୍ତାଙ୍କ ଦେଖା ମିଳି ନ ଥିଲା ।  

ଶାହିସ୍ତା ପରୱିନର ପିତା ମହମ୍ମଦ ହରୁନ ଜଣେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ଥିଲେ। ୬ ଭାଇ-ଭଉଣୀଙ୍କ ମଧ୍ୟରୁ ଶାହିସ୍ତା ସବୁଠୁ ବଡ଼ । ୧୯୯୬ ମସିହାରେ ଅତିକ ଅହମଦଙ୍କୁ ବିବାହ ପରେ ଧିରେ ଧିରେ ଅପରାଧ ସାମ୍ରାଜ୍ୟରେ ପାଦ ରଖିଥିବା ଶାହିସ୍ତା ଏବେ ୟୁପି ପୁଲିସ୍‌ର ମୋଷ୍ଟ ୱାଣ୍ଟେଡ ଅପରାଧୀ ତାଲିକାରେ ଅଛନ୍ତି। ଅତିକ ଓ ତାଙ୍କ ଭାଇ ଅଶରଫ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ଅପରାଧିକ ସାମ୍ରାଜ୍ୟର ମଙ୍ଗ ଧରିଥିଲେ ଶାହିସ୍ତା ।

 ଅତିକ ଅହମଦ ଓ ଶାହିସ୍ତାଙ୍କ ମୋଟ ୫ ପୁଅଙ୍କ ମଧ୍ୟରୁ ଅସଦ ଏନକାଉଣ୍ଟରରେ ପ୍ରାଣ ହରାଇ ସାରିଛି। ବଡ଼ ୨ ପୁଅ ଅଲ୍ଲୀ ଓ ଉମର ଏବେ ଜେଲ୍‌ରେ ଥିବା ବେଳେ ଆଉ ୨ ନାବାଳକ ପୁଅ ଏବେ ସ୍ୱଧାର ଗୃହରେ ଅଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nqHhQ2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages