ଆଉ ନାହାନ୍ତି ଫେମସ୍‌ ପପ୍‌ ଷ୍ଟାର ମୁନବିନ୍‌, ୨୫ ବର୍ଷରେ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 19, 2023

ଆଉ ନାହାନ୍ତି ଫେମସ୍‌ ପପ୍‌ ଷ୍ଟାର ମୁନବିନ୍‌, ୨୫ ବର୍ଷରେ ପରଲୋକ

ଖୁବ୍‌ କମ୍‌ ବସରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଫେମସ୍‌ ପପ୍‌ ଷ୍ଟାର ମୁନବିନ୍‌ ଆଉ ନାହାନ୍ତି। ମାତ୍ର ୨୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ହେଲେ ମୁନବିନ୍‌ଙ୍କ ଏପରି ଅକାଳ ବିୟୋଗକୁ ତାଙ୍କ କୋଟି କୋଟି ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି।

ସାଉଥ କୋରିଆର ଏହି ପପୁଲାର କେ- ପପ୍‌ଷ୍ଟାର ତଥା ଆଷ୍ଟ୍ରୋ ଷ୍ଟାରଙ୍କ ମୃତଦେହ ଗତକାଲି ରାତିରେ ସିଓଲର ଗାଙ୍ଗନାମ୍-ଗୁସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୁନବିନ୍‌ଙ୍କ ମ୍ୟାନେଜର ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ମୁନବିନଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲେ ବି ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିଲେ ବି ମୃତ୍ୟୁ ପଛର କାରଣ ଜାଣିପାରିନି।

ମୁନବିନ୍ ଆଷ୍ଟ୍ରୋ ୟୁନିଟର ବି ସଦସ୍ୟ ଥିଲେ । ନିଜ ଗ୍ରୁପ ସହ ଆସନ୍ତା ୧୩ ତାରିଖରେ ସେ ଏକ ଫ୍ୟାନ୍ କନ୍ ଟୁର୍ ଆୟୋଜନ କରିବାକୁ ଯାଉଥିଲେ । ମାତ୍ର ତାଙ୍କ ମୃତ୍ୟୁ ଯୋଗୁ ଏହାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସୂଚନା ଦେଇ ଆୟୋଜକ କହିଛନ୍ତି, ଏକ ଅପ୍ରତ୍ୟାଶିତ ଘଟଣା ଯୋଗୁ ଆମକୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ୁଛି। 

ମୁନବିନଙ୍କ ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ଭାବେ ତାଙ୍କ ମ୍ୟୁଜିକ କମ୍ପାନୀ ‘ଫାନଟାଗିଓ ମ୍ୟୁଜିକ’ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହା ପଛର କାରଣ କୁହାଯାଇନି । ତେବେ ଏପରି ଦୁଃଖ ସମୟରେ ମୁନଗିନ୍‌ଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କୁ ଏକୁଟିଆ ଛାଡ଼ି ଦେବାକୁ ନିବେଦନ କରାଯାଇଛି।

ବହୁ ଛୋଟ ବେଳୁ ପପ୍‌ ଦୁନିଆରେ ପାଦ ଦେଇ ଅଜସ୍ର ଲୋକପ୍ରିୟତା ହାସଲ କରି ପାରିଥିଲେ ମୁନବିନ୍‌ । ୨୦୧୬ ମସିହାରେ ସେ ଆଷ୍ଟ୍ରୋ ବୟ ବ୍ୟାଣ୍ଡରେ ସାମିଲ ହୋଇଥିଲେ। ଏହାପୂର୍ବରୁ ସେ ଶିଶୁ କଳାକାର ଭାବେ ମଧ୍ୟ କାମ କରି ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ। ମୁନବିନଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିବା ତାଙ୍କ ଫ୍ୟାନ୍ସ ଏନେଇ ଟ୍ୱିଟ କରି ଦୁଃଖ ପ୍ରକାଶ କରୁଛନ୍ତି। ମୁନବିନଙ୍କ ଭଉଣୀ ମୁନ ସୁଅ ମଧ୍ୟ ଜଣେ କେ- ପପ୍‌ ଗାୟିକା। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wYtmFuL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages