ବେକାର ଗଲା ଯଶସ୍ୱୀଙ୍କ ଶତକ, ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ମୁମ୍ବାଇ ବିଜୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 30, 2023

ବେକାର ଗଲା ଯଶସ୍ୱୀଙ୍କ ଶତକ, ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ମୁମ୍ବାଇ ବିଜୟୀ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ରବିବାର ଖେଳା ଯାଇଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ର ୧୦୦୦ତମ ମ୍ୟାଚ୍। ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଥିଲା ଏହି ମ୍ୟାଚ୍‌। ଆଉ ଏହି ରୋମାଞ୍ଚକର ମ୍ୟାଚ୍‌ରେ ବାଜି ମାରିଥିଲା ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ।

ରାଜସ୍ଥାନ ରୟାଲ୍ସ ୨୧୨ ରନ୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୧୯.୩ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ବିଜୟ ପାଇଁ ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୭ ରନ୍‌ ଆବଶ୍ୟକ ଥିଲା। ରାଜସ୍ଥାନ ରୟାଲ୍ସ ପକ୍ଷରୁ ବୋଲିଂ କରିବାକୁ ଆସିଥିଲେ ଜାସନ ହୋଲ୍‌ଡର। ତାଙ୍କୁ ସାମ୍ନା କରିବାକୁ କ୍ରିଜ୍‌ରେ ଥିଲେ ମୁମ୍ବାଇର ବ୍ୟାଟର ଟିମ୍ ଡେଭିଡ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହୋଲଡରଙ୍କ ପ୍ରଥମ ତିନିଟି ବଲ୍‌ରେ ତିନିଟି ଛକା ମାରି ମ୍ୟାଚ୍‌କୁ ଜିତାଇ ଦେଇଥିଲେ ଟିମ୍ ଡେଭିଡ। ୪ ୱିକେଟ ହରାଇ ୧୯.୩ ଓଭରରେ ୨୧୪ ରନ୍ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍ ଜିତି ଯାଇଥିଲା।

ମୁମ୍ବାଇ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଶନ ୨୮ ରନ୍ (୨୩ ବଲ୍‌) କରିଥିବା ବେଳେ କାମେରନ ଗ୍ରୀନ ୪୪ (୨୬ ବଲ୍‌), ସୂର୍ଯ୍ୟ କୁମାର ଯାଦବ ୫୫ (୨୯ ବଲ୍‌) ରନ୍ କରିଥିଲେ। ତିଲକ ବର୍ମା ୨୯ ରନ୍ (୨୧ ବଲ୍‌) ଓ ଟିମ୍ ଡେଭିଡ ୪୫ ରନ୍ (୧୪ ବଲ୍‌) କରି ଅପରାଜିତ ରହିଥିଲେ। ଟିମ୍ ଡେଭିଡ ୨ଟି ଚୌକା ଓ ୫ଟି ଛକା ମାରିଥିଲେ। ତିଲକ ଓ ଟିମ୍ ଡେଭିଡ ପଞ୍ଚମ ୱିକେଟରେ ୨୩ଟି ବଲ୍‌ରୁ ୬୨ ରନ୍ ଯୋଡ଼ି ରାଜସ୍ଥାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୬୨ ବଲ୍‌ରୁ ୧୨୪ ରନ୍ (୧୬ ଚୌକା ଓ ୮ ଛକା) କରିଥିଲେ ହେଁ ଦଳର ଅନ୍ୟ କୌଣସି ବ୍ୟାଟର ଭଲ ରନ୍ କରିପାରି ନଥିଲେ। ଜୋସ ବଟଲର ୧୮ ରନ୍ କରିଥିବା ବେଳେ ସଞ୍ଜୁ ସାମସନ ୧୪, ଜାସନ ହୋଲଡର ୧୧ ଓ ଦେବଦତ୍ତ ପଡ଼ିକଲ ୨ ରନ୍ କରିଥିଲେ।

ଗତକାଲିର ଏହି ମ୍ୟାଚ୍‌ଟି ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବେଶ୍ ଖାସ୍ ଥିଲା। ପ୍ରଥମରେ ଏହା ଥିଲା ଆଇପିଏଲର ୧୦୦୦ ତମ ମ୍ୟାଚ୍‌। ଦ୍ୱିତୀୟରେ ଅଧିନାୟକ ଭାବେ ଏହା ଥିଲା ରୋହିତ ଶର୍ମାଙ୍କ ୧୫୦ ତମ ମ୍ୟାଚ୍‌। ପୁଣି ଗତକାଲି ଥିଲା ରୋହିତଙ୍କ ଜନ୍ମଦିନ। ଗତକାଲି ସେ ୩୬ ବର୍ଷରେ ପଦାର୍ପଣ କଲେ। ଯଦିଓ ଗତକାଲି ସେ ଭଲ ରନ୍ (ମାତ୍ର ୩ ରନ୍‌ରେ ଆଉଟ୍ ହୋଇଗଲେ) କରିପାରି ନଥିଲେ, ତେବେ ଟିମ୍‌ର ଅନ୍ୟ ବ୍ୟାଟରମାନେ ବଢ଼ିଆ ପ୍ରଦର୍ଶନ କରି ମ୍ୟାଚ୍ ଜିତି ତାଙ୍କୁ ଜନ୍ମଦିନର ଉପହାର ଦେଇଥିଲେ।

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍‌ରୁ ୪ଟିରେ ଜିତି ୮ ପଏଣ୍ଟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚ୍‌ରୁ ୫ଟିରେ ଜିତି ୧୦ ପଏଣ୍ଟ ପାଇଛି। ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ଥିବା ବେଳେ ମୁମ୍ବାଇ ୭ ନମ୍ବରରେ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ML9udzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages