ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 30, 2023

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟି ରୁ ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ୩ମାସ ଧରି ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି l

ଏହି ସମୟରେ କୁମ୍ଭୀର ମାନଙ୍କ ପ୍ରଜନନ ୠତୁ ଆରମ୍ଭ ହୋଇଥାଏା ଭିତରକନିକାର ଜୁଆରିଆର ଉପର ସ୍ଥାନରେ କୁମ୍ଭୀରମାନେ ଅଣ୍ଡା ଦେଇ ଛୁଆ ଫୁଟାଇଥାନ୍ତି।  କୁମ୍ଭୀରମାନେ ଏହି ସମୟରେ ପୂର୍ବ ଅପେକ୍ଷା ଅଧିକ ହ୍ରିଂସ ହୋଇଯାଆନ୍ତି। ଏଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି।

ଭିତରକନିକାକୁ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଲାଗି ରହିଛି।  ଏହି ଋତୁରେ କୁମ୍ଭୀରମାନେ ନଦୀର ଉପରମୁଣ୍ଡକୁ ଆସିଥାନ୍ତି। ସେଥିପାଇଁ ନଦୀକୂଳିଆ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ କୌଣସି କାମରେ ନଦୀକୁ ଯାଉଛନ୍ତି, ସେମାନେ ସତର୍କ ରହିବାକୁ କୁହାଯାଇଛି।  

ସୂଚନାଯୋଗ୍ୟ, ସରକାରୀ ତଥ୍ୟ ଅନୁସାରେ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ଏବେ ୧୭୯୩ଟି କୁମ୍ଭୀର ଅଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Rn8OE5D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages