ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ହାଇଡ୍ରାମା; ରାଜ୍ୟ ଭାଜପା ମୁଖ୍ୟଙ୍କୁ ଘୋଷାଡ଼ି ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 4, 2023

ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ହାଇଡ୍ରାମା; ରାଜ୍ୟ ଭାଜପା ମୁଖ୍ୟଙ୍କୁ ଘୋଷାଡ଼ି ନେଲା ପୁଲିସ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ଜୋର ଧରିଛି ରାଜନୀତି। ତେଲାଙ୍ଗାନର କେସିଆର ସରକାର ମୋଦିଙ୍କ ଗସ୍ତକୁ ପ୍ରବଳ ବିରୋଧ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ଭାଜପା ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଇଛି। ଏହାକୁ ନେଇ ଗତକାଲି ରାତିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତକାଲି ରାତିରେ ବନ୍ଦୀ ସଞ୍ଜୟ କୁମାର କରିମନଗରସ୍ଥିତ ନିଜ ବାସଭବନରେ ଥିବା ବେଳେ ପୁଲିସ୍‌ ଫୋର୍ସ ସେଠାରେ ପହଞ୍ଚିଥିଲା। ପୁଲିସ୍‌ ଜୋରଜବରଦସ୍ତ ସଞ୍ଜୟଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲା। ମାତ୍ର ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ପୁଲିସ୍‌ ସହ ଭାଜପା କର୍ମୀଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବହୁ ସଂଖ୍ୟକ ପୁଲିସ୍‌ କର୍ମୀଙ୍କ ଉପସ୍ଥିତିରେ ସଞ୍ଜୟ କୁମାରଙ୍କୁ ଘୋଷାଡ଼ି ଘୋଷାଡ଼ି ଭ୍ୟାନ ଭିତରକୁ ନିଆଯାଇଥିଲା।  

ଭାଜପା ଏହାକୁ ତୀବ୍ର ବିରୋଧ କରିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଦଳର ତେଲେଙ୍ଗାନା ମହାସଚିବ ପ୍ରେମେନ୍ଦ୍ର ରେଡ୍ଡୀ କହିଛନ୍ତି, ପୁଲିସ ବେଆଇନ ଭାବେ ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ରାଜ୍ୟ ସରକାରଙ୍କ ଏହି ବେଆଇନ ଗିରଫଦାରୀକୁ ସମଗ୍ର ରାଜ୍ୟରେ ତୀବ୍ର ବିରୋଧ କରାଯିବ ।

ରେଡ୍ଡୀ କହିଛନ୍ତି ଯେ ସଞ୍ଜୟ କୁମାରଙ୍କୁ କେଉଁ ମାମଲାରେ ଗିରଫ କରାଯାଇଛି ଏ ନେଇ କିଛି ସୂଚନା ଦିଆଯାଇନି। ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଥିବାରୁ ବିଚଳିତ ହୋଇ ରାଜ୍ୟ ସରକାର ନିଜ ବଳ ପ୍ରୟୋଗ କରି ତାଙ୍କୁ ଅତି ଅମାନବୀୟ ଭାବେ ଉଠାଇ ନେଇଛନ୍ତି। କେସିଆର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହା ବିରୋଧରେ ଆମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବୁ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  ଏହି ସମୟରେ ସେ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିବେ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ହେଲେ ତେଲେଙ୍ଗାନାର କେସିଆର ସରକାର ମୋଦିଙ୍କ ଗସ୍ତକୁ ତୀବ୍ର ବିରୋଧ କରୁଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dlm5Wjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages