ଯୁବକଙ୍କୁ ଛୁରାମାଡ଼ କରି ଲୁଟିନେଲେ ଟଙ୍କା ଓ ମୋବାଇଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 4, 2023

ଯୁବକଙ୍କୁ ଛୁରାମାଡ଼ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତମାନେ ନେଇଗଲେ ଟଙ୍କା ଓ ମୋବାଇଲ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ଗତକାଲି ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗାଁର ରମେଶ ବନଛୋର ଓ ପୃଥିରାଜ୍ ଚନ୍ଦନ ରେଲୱେ ଷ୍ଟେସନରୁ କଣ୍ଟାବାଞ୍ଜି ବସଷ୍ଟାଣ୍ଡକୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ବାଟରେ ବେଳେ ୪ ରୁ ୫ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ୨ଜଣକୁ ଘେରି ଯାଇଥିଲେ। ଟଙ୍କା ଓ ମୋବାଇଲ ଦେବାକୁ ଛୁରୀ ଦେଖାଇ ଧମକାଇଥିଲେ।

ରମେଶ ଓ ପୃଥିରାଜ୍ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ରମେଶଙ୍କ ଗଳାକୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ରମେଶ ଓ ପୃଥିରାଜଙ୍କ ପାଖରୁ ୨୩୦୦ ଟଙ୍କା ଓ ୨ଟି ମୋବାଇଲ ନେଇ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୃଥିରାଜ ରମେଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7ZgxtWO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages