ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଜି ମାରିଲା ବିଜେଡି। ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ।ଅତାବିରା ଏନ୍ଏସିରେ ବିଜେଡି ବିଜୟ ହାସଲ କରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ନାଚି ଓ ପରସ୍ପରକୁ ମିଠା ଖୁଆଇ ଉତ୍ସାହ ମନାଇଛନ୍ତି।
ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗଣତି ଚାଲିଛି। ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ହୋଇଛି। ଏହାବ୍ୟତୀତ ଅଧ୍ୟକ୍ଷ ପଦ ପାଇଁ ବିଜେପି ଓ ବିଜେଡି ଭିତରେ କଡ଼ା ଟକ୍କର ଚାଲିଛିା ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ପ୍ରକ୍ରିୟା ଚାଲିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TdHrQf5
No comments:
Post a Comment