ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ତାଲିକାରେ ଅଛନ୍ତି ଓଡ଼ିଶା କଂଗ୍ରେସପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଏ. ଚେଲା କୁମାରଙ୍କ ସହ ଏଆଇଇସିସି କେନ୍ଦ୍ରୀୟ ନେତା କହ୍ନେୟା କୁମାର।
ଏଥିସହ ପିସିସି ସଭାପତି ଶରତ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଏଆଇସିସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ଅଛନ୍ତି।
ସେହିପରି ସାଂସଦ ସପ୍ତଗିରି ଉଲ୍ଲାକା, ଏଆଇସିସି ସାଧାରଣ ସମ୍ପାଦକ ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏଆଇସିସିସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଓ ବରିଷ୍ଠ ନେତା ପଂଚାନନ କାନୁନଗୋ ପ୍ରମୁଖ ଅଛନ୍ତି। ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏମାନେ ଝାରସୁଗୁଡାରେ ଉପସ୍ଥିତ ରହି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କୁହାଯାଇଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ’୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ୩ଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସରୁ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ଓ ବିଜେଡିରୁ ଦୀପାଳି ଦାସ ନାମାଙ୍କନ ଦାଖଲ କରି ସାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Fep0HBO
No comments:
Post a Comment