ଏ ଦୃଶ୍ୟ ଦେଖିଲେ, ଆପଣ କହିବେ, ଗୋଟିଏ ପରିବାର ଏହି ଭଙ୍ଗା ଦଦରା ଘରେ କେମିତି ରହୁଛନ୍ତି ? ଇଏ ହେଉଛି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତ ଜୋତ ଗାଁର ବିକ୍ରମ ବାରିକଙ୍କ ଘର। ଝାଟିମାଟି କାନ୍ଥ ଉପରେ ନୁଆଁଣିଆ ଚାଳଛପର ଘର। କବାଟ ଝରକା ନଥିବା ଗୋଟିଏ ବଖରା ଭିତରେ ଖାଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାରବାର। ସ୍ବାମୀ –ସ୍ତ୍ରୀ କଷ୍ଟେମଷ୍ଟେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି ସତ କିନ୍ତୁ ମୁଣ୍ଡ ଗୁଞ୍ଜିବା ଲାଗି ଜାଗା ନଥିବାରୁ ମାମୁଁ ଘରେ ବାଧ୍ୟ ହୋଇ ରହୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mMwJ6QP
No comments:
Post a Comment