ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖି ୬ ଶିକ୍ଷୟିତ୍ରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 16, 2023

ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖି ୬ ଶିକ୍ଷୟିତ୍ରୀ ଗିରଫ

ନାବାଳକ ଛାତ୍ରଙ୍କ ସହିତ ଯୌନ ସମ୍ପର୍କ ରଖିବା ତଥା ସେମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆମେରିକାରେ ୬ ଜଣ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଗତ ଗୁରୁବାର ଓ ଶୁକ୍ରବାର ସେମାନଙ୍କୁ ଗିରଫ କରାଯାଇଛି।

ଏହି ଗିରଫ ଶିକ୍ଷୟିତ୍ରୀଙ୍କ ମାନେ ହେଉଛନ୍ତି ଏଲନ ଶେଲ (୩୮), ହିଦର ହାରେ (୩୨), ଏମିଲୀ ହ୍ୟାନକକ (୨୬), କ୍ରିଷ୍ଟେନ ଗାଣ୍ଟ (୩୬), ଆଲିଆଜ ଖେରାଡମାଣ୍ଡ (୩୩) ଓ ହେନା ମାର୍ଥ (୨୬)। ଏମାନେ ସମସ୍ତେ ଆମେରିକାର ଭିନ୍ନ ଭିନ୍ନ ପ୍ରାନ୍ତରେ ଥିବା ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।

ଏଲନ ଶେଲ କାଲିଫର୍ଣ୍ଣିଆର ଡ୍ୟାନଭିଲର ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ସେ ସେଠାରେ ଦୁଇ ଜଣ ୧୬ ବର୍ଷୀୟ ବାଳକଙ୍କ ସହିତ ତିନି ଥର ଲେଖାଏ ଯୌନ ସଂପର୍କ ସ୍ଥାପନ କରିଥିଲେ। ଏହା ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ଗୁରୁବାର ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା।

ହିଦର ହାରେ ଆମେରିକାର ଦକ୍ଷିଣରେ ଥିବା ଏକ ରାଜ୍ୟ ଆରକେନସାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ ବୋଲି ‘ଆରକେନସା ଟାଇମ୍ସ’ ଖବର ପ୍ରକାଶ କରିଛି।

ସେହିପରି ଓକଲାହୋମାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଏମିଲୀ ହ୍ୟାନକକ୍‌ଙ୍କୁ ଗୁରୁବାର ଦିନ ଗିରଫ କରାଯାଇଥିଲା। ସେ ଜଣେ ୧୫ ବର୍ଷର ଛାତ୍ର ସହିତ ଯୌନ ସଂପର୍କ ରଖିଥିଲେ। ସେ ସ୍କୁଲ ପରିସରରେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ।

ଡେ ମୋଇନର ଏକ କ୍ୟାଥୋଲିକ ହାଇସ୍କୁଲରେ ଇଂରାଜୀ ପଢ଼ାଉଥିଲେ ୩୬ ବର୍ଷୀୟା କ୍ରିଷ୍ଟେନ ଗାଣ୍ଟ। ସେ ସ୍କୁଲର ଜଣେ ନାବାଳକଙ୍କ ସହିତ ୫ ଥର ଯୌନ ସଂପର୍କ ରଖିଥିଲେ। ଉଭୟ ସ୍କୁଲ ପରିସରରେ ଓ ଏହା ବାହାରେ ସେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି ବୋଲି ନ୍ୟୁୟର୍କ ପୋଷ୍ଟରେ ଖବର ପ୍ରକାଶିତ ହୋଇଛି।

ଜେମ୍‌ସ ମେଡିସନ ହାଇସ୍କୁଲର ଆଲିଆଜ ଖେରାଡମାଣ୍ଡ ଜଣେ ନାବାଳକ ଛାତ୍ରଙ୍କ ସହିତ ଅନେକ ମାସ ଧରି ଯୌନ ସଂପର୍କ ରଖିଥିଲେ। ସେ ଉକ୍ତ ଛାତ୍ରଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ।

ସେହିପରି ପେନସିଲଭେନିଆର ଏକ ସ୍କୁଲରେ ଜାଭଲିନ କୋଚ୍ ଥିବା ହେନା ମାର୍ଥ ଜଣେ ୧୭ ବର୍ଷୀୟ ବାଳକଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ଉକ୍ତ ଛାତ୍ରଙ୍କର ସେ କୋଚ୍ ଥିଲେ। ସ୍କୁଲ୍ ପଡ଼ିଆରେ ମଧ୍ୟ ସେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିବା ଭଳି ଅଭିଯୋଗ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ugLn5tr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages