ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 30, 2023

ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି।

ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କିଛି ଅଂଶକୁ କାଟି ତାଙ୍କୁ ବାହାର କରିଥିଲେ।

ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

ସେହିପରି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଜଲାପୁଟ ବ୍ରିଜ ନିକଟରେ ଏକ ପିକଅପ ଗାଡ଼ି ଓଲଟି ପଡ଼ିବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଥୁବା ଗାଁର ବୋଲି ଜଣାପଡ଼ିଛି। ସେମାନେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ପଣସ ଆଣିବା ନିମନ୍ତେ ଯାଉଥିବା ବେଳେ ଜଲାପୁଟବ୍ରିଜ ନିକଟରେ ଭରାସାମ୍ୟ ହରାଇ ପିକ୍‌ଅପ୍ ଗାଡ଼ିଟି ଓଲଟି ପଡ଼ିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PFpJiDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages