ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 30, 2023

ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହୋଇଛନ୍ତି ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ତାଙ୍କ ନାଁ ରବୀନ୍ଦ୍ର କୁମାର ନନ୍ଦ। ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ବନବିହାରୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଅବସରର ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ନିଲମ୍ବନ କରିଛନ୍ତି କୁଜଙ୍ଗ ବ୍ଲକ ଶିକ୍ଷାଧିକାରୀ। ତାଙ୍କ ସହିତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

ଗତ ୨୭ ତାରିଖ ଦିନ ଏହି ଦୁଇ ଶିକ୍ଷକ ସ୍କୁଲରୁ ୫ କ୍ୱିଣ୍ଟାଲ ଚାଉଳ ଗାଡିରେ ବୋହି ନେଉଥିବା ସ୍କୁଲର ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେନାପତି ମୋବାଇଲରେ ଏହାକୁ ଶୁଟିଂ କରି ଦେଇଥିଲେ। ଏହା ପରେ ଘଟଣା ସଂପର୍କରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ତା’ପରେ ବିଇଓ ଉଭୟ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RrhobLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages