ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ, ମାଡ଼ି ବସିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 10, 2023

ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ, ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ପଡ଼ିଗଲେ ଶିକ୍ଷାଧିକାରୀ। ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲା ବେଳେ ନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।

ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲ ଶାନ୍ତୁନଙ୍କ ପାଖକୁ ବାରମ୍ବାର ଆସିଥିଲେ। ହେଲେ ତାଙ୍କ କାମ ହେଉ ନଥିଲା। ୧୦ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହୋଇପାରିବ ବୋଲି ଶାନ୍ତୁନ କହିଥିଲେ। ଏନେଇ ଅଦ୍ୱୈତଙ୍କ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ୍‌ ଯୋଜନା ମୁତାବକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ  ଆଜି ଛପିକି ରହିଥିଲେ। ଆଜି ସକାଳେ ଅଦ୍ୱୈତଙ୍କ ଠାରୁ ଲାଞ୍ଚ ଟଙ୍କା ନେବେଳେ ଶାନ୍ତନଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛି।

ଏହାସହ ଶାନ୍ତନୁଙ୍କ ଭଦ୍ରକ ସ୍ଥିତ ନିଜ ଘର, ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଖଜୁରିଆକଟା ଭଡ଼ା ଘରେ ରେଡ ଚାଲିଛି। ତାଙ୍କୁ ଘରୁ ୯୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଶାନ୍ତୁନଙ୍କ ନାଁରେ ପୂର୍ବରୁ ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fa5KLBE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages