ଏମ୍ସ ମେନୁରେ ସାମିଲ ହେଲା ମାଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 3, 2023

ଏମ୍ସ ମେନୁରେ ସାମିଲ ହେଲା ମାଣ୍ଡିଆ

ଭୁବନେଶ୍ୱର ଏମ୍ସ ମେନୁରେ ସାମିଲ ହେଲା ମାଣ୍ଡିଆ । ଏଣିକି ଏମ୍ସ ପରି ଜାତୀୟ ପ୍ରତିଷ୍ଠାନରେ ବି ରୋଗୀ ଏବଂ ଛାତ୍ରଛାତ୍ରୀ ଖାଇବେ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ।

ପବିତ୍ର ଉତ୍କଳ ଦିବସ ଅବସରରେ ଏମ୍ସର ଖାଦ୍ୟ ତାଲିକାରେ ମାଣ୍ଡିଆକୁ ସାମିଲ୍ କରାଯାଇଛି। ଏହି ଅବସରରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତଙ୍କ ସହ ବସି ମାଣ୍ଡିଆରେ ତିଆରି ପୁଷ୍ଟିକର ଆହାର ଖାଇବା ସହିତ ସମସ୍ତଙ୍କୁ ଏହା ବିତରଣ ମଧ୍ୟ କରିଥିଲେ।

AIMSଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ମାଣ୍ଡିଆରେ ତିଆରି ଖାଦ୍ୟ ଖାଉଛନ୍ତି।

ମାଣ୍ଡିଆର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଓପିଡ଼ିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ ମାଣ୍ଡିଆର ଉପକାରିତା ବୁଝାଇବା ସହିତ ଆମର ଏହି ଦେଶୀ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

ଏନେଇ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି, ଆମେ ଆମର ଛାତ୍ରଛାତ୍ରୀ ଓ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆ ସାମିଲ କରିବାକୁ ନେଇ ଖୁବ୍‌ ଉତ୍ସାହିତ। ଏହା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଆବଶ୍ୟକ ତନ୍ତୁ ଯୋଗାଇବ । ଆମେ ଆମ ରୋଗୀଙ୍କୁ ସର୍ବୋକୃଷ୍ଟ ସେବା ପ୍ରଦାନ କରୁଛୁ, ସେହି ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।

ସେହିପରି ଛାତ୍ରଛାତ୍ରୀମାନେ ମାଣ୍ଡିଆରୁ ପୁଷ୍ଟିକର ତତ୍ତ୍ୱ ସାଙ୍ଗକୁ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ ବୋଲି କହିଛନ୍ତି ଡାକ୍ତର ବିଶ୍ୱାସ ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kBhTQis

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages