ଆଜି ଇଦ୍ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍।
ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ।
ଇଦ୍ ପାଳନ ନେଇ କଟକ, ଭଦ୍ରକ ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛିା ମସଜିଦ ଓ ଆଖପାଖ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛିା
ଇଦ୍ ପାଳନ ପାଇଁ ସମ୍ବଲପୁରରେ କଡ଼ା ସୁରକ୍ଷା କରାଯାଇଛି। କିନ୍ତୁ ସହରରେ କର୍ଫ୍ୟୁ ଲାଗିଥିବାରୁ ଇଦଗା ପଡ଼ିଆରେ ସମୂହ ନମାଜ ପାଠକୁ ଅନୁମତି ଦିଆଯାଇନି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wNkIPeR
No comments:
Post a Comment