୨୨ ଏପ୍ରିଲ, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିରେ ଚଳନ ହେବ ବୃହସ୍ପତି, କ’ଣ ରହିବ ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 21, 2023

୨୨ ଏପ୍ରିଲ, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିରେ ଚଳନ ହେବ ବୃହସ୍ପତି, କ’ଣ ରହିବ ଫଳ

ଆଜି ଦେବଗୁରୁ ବୃହସ୍ପତି ୧ ପାଦ ଅଶ୍ୱିନୀ ନକ୍ଷତ୍ର ମେଷ ରାଶିକୁ ସଂଚାର ହେଇଛନ୍ତି । ଏହି ସଂଚାର ୧ ମେ ୨୦୨୪ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ। ଏହି ସଂଚାର ଫଳରେ ବୃହସ୍ପତି ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶି ପାଇଁ ଗୋଚର ଶୁଦ୍ଧି ହେଇଛନ୍ତି । ଯାହାଫଳରେ ଏହି ରାଶି ପାଇଁ ଶୁଭଫଳ ପ୍ରଦାନ କରିବେ । ଏବଂ ଅନ୍ୟ ରାଶି ପାଇଁ ଗୋଚର ଅଶୁଦ୍ଧି ଯୋଗୁ ବିବାହ ଆଦି ମାଙ୍ଗଳିକ ଶୁଭକାର୍ଯ୍ୟ କରିବା ଅଶୁଭ ହେବ ।

ମାଙ୍ଗଳିକ କାର୍ଯ୍ୟକୁ ଛାଡି ଏହି ବର୍ଷ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବୃହସ୍ପତି କିପରି ଫଳପ୍ରଦାନ କରିବେ ତାହା ଜାଣିବା ପାଇଁ ଗୋଚର ସମୟରେ ଚନ୍ଦ୍ର ଶୁଦ୍ଧିକୁ ମଧ୍ୟ ବିଚାରକୁ ନେଲେ ମେଷ, ବୃଷ, କର୍କଟ, ସିଂହ, ବିଛା, ଧନୁ, ମକର ଓ ମୀନ ରାଶିଙ୍କର ଚନ୍ଦ୍ର ଶୁଦ୍ଧି ରହୁଛି । ଏଣୁ ବୃହସ୍ପତିଙ୍କ ଗୋଚର ଏବଂ ଗୋଚର ସମୟରେ ଚନ୍ଦ୍ରଙ୍କର ରାଶି ଶୁଦ୍ଧିକୁ ସମୁଦାୟ ବିଚାରକୁ ନେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ଓ ମୀନ ରାଶି ପାଇଁ ବୃହସ୍ପତି ଶୁଭଫଳ ପ୍ରଦାନ କରିବେ । ଅବଶିଷ୍ଟ କନ୍ୟା ଓ କୁମ୍ଭ ରାଶି ପାଇଁ ଦେବଗୁରୁ ବୃହସ୍ପତି ଅଶୁଭ ଫଳ ପ୍ରଦାନ କରିବେ । ଏହାର ପ୍ରତିକାର ଜାଣି ରଖନ୍ତୁ ।

ମେଷ: ମେଷ ରାଶି ପାଇଁ ଜନ୍ମ ବୃହସ୍ପତି ହେଉଥିବାରୁ ବୃହସ୍ପତିଙ୍କ ଗୋଚର ଅଶୁଦ୍ଧି ଯୋଗୁ ଅଶୁଭ ଫଳ ପ୍ରାପ୍ତି ହେବ । ମାନ ସମ୍ମାନ ହାନି ହେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ । କିନ୍ତୁ ମିତ୍ର ଗୃହକୁ ବୃହସ୍ପତି ଚଳନ କରୁଥିବାରୁ ଶୁଭଫଳ ଦେବେ, ଯାହା କି ମାଙ୍ଗଳିକ କାର୍ୟ୍ୟ ସମ୍ପାଦନ ହୋଇ ପାରିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଗୋଚର ସମୟରେ ଚନ୍ଦ୍ରଙ୍କର ଶୁଦ୍ଧି ରହୁଥିବାରୁ ବୃହସ୍ପତି ମଧ୍ୟମ ଫଳଦାୟକ ରହିବେ। ଆପଣଙ୍କର ଭାଗ୍ୟଧିପତି ବୃହସ୍ପତି ଜନ୍ମ ରାଶିରେ ଅବସ୍ଥାନ କରୁଥିବାରୁ ଭାଗ୍ୟ ଆପଣଙ୍କର ସାଥ ଦେବ । ବୃହସ୍ପତିଙ୍କ ସ୍ଥିତି ଓ ଦୃଷ୍ଟିକୁ ବିଚାରକୁ ନେଲେ ସନ୍ତାନପକ୍ଷକୁ ନେଇ ଚାଲିଥିବା ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ। କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ, କମ୍ପିଟେଟିଭ ପରୀକ୍ଷାରେ କୃତକାର୍ଯ୍ୟ ହେବାର ସମ୍ଭାବନା ବହୁତ ବେଶି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ପ୍ରତିକାର: ହନୁମାନ ଚାଳିଶା ନିତ୍ୟ ପାଠ କରିବା ସହ ଶୁଦ୍ଧ କେଶରର ତିଳକ ମଥାରେ ଧାରଣ କରି କର୍ମକ୍ଷେତ୍ରକୁ ଯାଆନ୍ତୁ।

ବୃଷ: ବୃଷ ରାଶି ପାଇଁ ଦ୍ୱାଦଶ ବୃହସ୍ପତି ଭୋଗ ହେଉଥିବାରୁ ଅତ୍ୟଧିକ ବ୍ୟୟ ସ୍ଥିତି ସୃଷ୍ଟି ହୋଇ ନାନା ପ୍ରକାର ଅଶୁଭ ଫଳ ପ୍ରାପ୍ତି ହେବା କଥା। କିନ୍ତୁ ଗୋଚର ସମୟରେ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହି ବ୍ୟୟ ଅପବ୍ୟୟ ନହୋଇ ମାଙ୍ଗଳିକ କାର୍ଯ୍ୟ ଏବଂ ଜରୁରୀ କାର୍ଯ୍ୟରେ ବ୍ୟୟ ହେବ । ତତସହିତ ଦେବଗୁରୁ ବୃହସ୍ପତି ରୋଗ, ଋଣ ଓ ଶତ୍ରୃ ଦାଉରୁ ରକ୍ଷା କରିବେ ।

ପ୍ରତିକାର: ଗୁରୁତୁଲ୍ୟ ବ୍ୟକ୍ତିଙ୍କ ଆଶୀର୍ବାଦ ନେବା ସହିତ ଗୁରୁଙ୍କ ଆଶ୍ରମରେ ଦାନ କଲେ ଶୁଭଫଳ ପ୍ରାପ୍ତ ହେବ।

ମିଥୁନ: ମିଥୁନ ରାଶି ପାଇଁ ଦେବଗୁରୁ ବୃହସ୍ପତି ଏକାଦଶ ସ୍ଥାନରେ ଗୋଚର ଭୋଗ ହେଉଥିବାରୁ ସମସ୍ତ ଆଶା ଅଭିଳାଷ ପୂର୍ଣ୍ଣ ହେବ । ମାନସମ୍ମାନ ପ୍ରାପ୍ତ ହେବା ସହ ନୂତନ ପଦପ୍ରତିଷ୍ଠା ଏବଂ ବ୍ୟବସାୟରେ ପ୍ରଚୁର ଲାଭ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବା ସହିତ ସନ୍ତାନ ଏବଂ ଦାମ୍ପତ୍ୟ ସୁଖ ମଧ୍ୟ ପ୍ରାପ୍ତି ହେବ।

ପ୍ରତିକାର: ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ସହସ୍ତ୍ରନାମ ପାଠ କରନ୍ତୁ।

କର୍କଟ : କର୍କଟ ରାଶି ପାଇଁ ଦଶମ ବୃହସ୍ପତି ଯୋଗୁଁ ବୃହସ୍ପତି ଅଶୁଭ ଫଳ ପ୍ରଦାନ କରିବେ । କିନ୍ତୁ ଚନ୍ଦ୍ର ଶୁଦ୍ଧି ଯୋଗୁଁ ବୃହସ୍ପତିଙ୍କ ଅଶୁଭ ଫଳ କମିଯିବ ଏବଂ ମଧ୍ୟମ ଶୁଭଫଳ ପ୍ରଦାନ କରିବେ । ଫଳରେ ଧନ ଲାଭ, ନୂତନ କର୍ମ ପ୍ରାପ୍ତି ସହ ଭୂମି, ଭବନ, ବାହନ ଆଦି କ୍ରୟ କରିବାର ସୁଯୋଗ ମିଳିବ ।

ପ୍ରତିକାର: ଧର୍ମସ୍ଥାନରେ ଦାନ ଧର୍ମ କଲେ ଶୁଭଫଳ ପ୍ରାପ୍ତି ହେବ ।

ସିଂହ : ସିଂହ ରାଶି ବ୍ୟକ୍ତି ମାନଙ୍କ ପାଇଁ ବୃହସ୍ପତି ନବମରେ ଗୋଚର ଯୋଗୁ ଏବଂ ଚନ୍ଦ୍ର ଶୁଦ୍ଧି ଥିବା ଯୋଗୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ହଜିଯାଇଥିବା ମାନସମ୍ମାନ ପୁନର୍ବାର ପ୍ରାପ୍ତି ହେବ ଏବଂ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରାକ୍ରମ ବୃଦ୍ଧି ହେବ, ସନ୍ତାନପ୍ରାପ୍ତି ଏବଂ ସନ୍ତାନ ପକ୍ଷରୁ ଶୁଭଫଳ ପାଇବା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପରିବାରରେ ଶାନ୍ତି ମିଳିବ ।

ପ୍ରତିକାର: ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା : କନ୍ୟା ରାଶି ପାଇଁ ବୃହସ୍ପତି ଅଷ୍ଟମ ଭାବରେ ଗୋଚର ଭୋଗ ହେଉଥିବାରୁ ଏବଂ ଚନ୍ଦ୍ର ଶୁଦ୍ଧି ନଥିବାରୁ ଅତ୍ୟନ୍ତ ଅଶୁଭ ଫଳ ପ୍ରାପ୍ତି ହେବ । ବ୍ୟବସାୟ, ବାଣିଜ୍ୟରେ ବ୍ୟୟ ଅଧିକ ହେବା ଯୋଗୁ ମାନସିକ ଚାପ ଅନୁଭବ କରିବେ । ଭୂମି , କ୍ରୟବିକ୍ରୟରେ ସମସ୍ୟା ଉପୁଜିପାରେ, ସତର୍କ ରହିବେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ନାହିଁ । ପାରିବାରିକ ଅଶାନ୍ତି ଯୋଗୁ ମନ ବିଚଳିତ ରହିବ ।

ପ୍ରତିକାର: ବ୍ରହ୍ମଜଷ୍ଠୀ ମୂଳ ଧାରଣ କରନ୍ତୁ ।

ତୁଳା: ତୁଳା ରାଶି ପାଇଁ ସପ୍ତମ ବୃହସ୍ପତି ଅନେକ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟ, ବାଣିଜ୍ୟରେ ପ୍ରଚୁର ଲାଭବାନ ହେବେ ଏବଂ ପରାକ୍ରମ ବୃଦ୍ଧି ହେବା ସହ ନିଜର ଆଶା ଅଭିଳାଷ ପୁର୍ଣ୍ଣ ହେବ। ବକେୟା ଅର୍ଥ ପ୍ରାପ୍ତି ହେବା ସହ ନୂତନ ବ୍ୟବସାୟ ଆରମ୍ଭ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ପାଇବେ।

ପ୍ରତିକାର: ଗୋମାତାଙ୍କୁ ଖାଦ୍ୟପ୍ରଦାନ କରିବା ସହିତ ଲଷ୍ମୀନାରାୟଣଙ୍କୁ ଆରାଧନା ବିଶେଷଫଳ ପ୍ରଦାନ କରିବ ।

ବିଛା: ବିଛା ରାଶି ପାଇଁ ଦେବଗୁରୁ ବୃହସ୍ପତି ଷଷ୍ଠ ସ୍ଥାନରେ ଗୋଚର କରୁଥିବାରୁ ନାନା ଅଶୁଭ ଫଳ ପ୍ରଦାନ କରିବେ । କିନ୍ତୁ ଚନ୍ଦ୍ର ଶୁଦ୍ଧି ଯୋଗୁଁ ବୃହସ୍ପତିଙ୍କ ଅଶୁଭଫଳ କମିଯିବ ଏବଂ ମଧ୍ୟମ ଶୁଭଫଳ ପ୍ରଦାନ କରିବ। ରୋଗ, ଋଣ ଓ ଶତ୍ରୃଭାର ବଢିବ କିନ୍ତୁ ଏସବୁ ନିୟନ୍ତ୍ରଣାଧୀନ ରହିବ । ନୂତନ ବ୍ୟବସାୟ ଆରମ୍ଭ ହେବ । ଅଧିକ ପରିଶ୍ରମ କଲେ ଧନ ପ୍ରାପ୍ତି ମଧ୍ୟ ହୋଇପାରିବ କିନ୍ତୁ ଅତ୍ୟଧିକ ବ୍ୟୟ ମଧ୍ୟ ହେବ ।

ପ୍ରତିକାର: ନିତ୍ୟ ହନୁମାନ ଚାଳିଶା ପାଠ ସହିତ ଶୁଦ୍ଧ କେଶର ତିଳକ ମଥାରେ ଧାରଣ କରନ୍ତୁ ।

ଧନୁ : ଧନୁ ରାଶି ପାଇଁ ଦେବଗୁରୁ ବୃହସ୍ପତି ପଞ୍ଚମ ଭାବରେ ଗୋଚର ଏବଂ ଚନ୍ଦ୍ର ଶୁଦ୍ଧି ଥିବା ଯୋଗୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ସନ୍ତାନମାନେ ଉନ୍ନତିପଥରେ ଅଗ୍ରସର ହେବେ । ଏଣୁ ସନ୍ତାନପକ୍ଷରୁ ଶୁଭଫଳ ପ୍ରାପ୍ତି ହେବ । ନୂତନ କାର୍ଯ୍ୟଭାର ହାତକୁ ନେବେ, ଚାକିରି କ୍ଷେତ୍ରରେ ଉନ୍ନତି କରିବା ସହ ଇଚ୍ଛିତ ଅଭିଳାଷ ପୂର୍ଣ୍ଣ ହେବ। ଭାଗ୍ୟବଳରେ ଅନେକ ଦୁଃସାଧ୍ୟ କାର୍ଯ୍ୟକୁ ପୂର୍ଣ୍ଣତାର ସହ ସମ୍ପାଦିତ କରିବେ । ପୂର୍ବରୁ ଚାଲିଥିବା ପାରିବାରିକ ସମସ୍ୟାର ସମାଧାନ ହେବ।

ପ୍ରତିକାର: ଧାର୍ମିକ ଅନୁଷ୍ଠାନ ଏବଂ ଜରାଶ୍ରମରେ ଯଥାସମ୍ଭବ ଦାନ କରନ୍ତୁ । ଶୁଦ୍ଧ କେଶରର ତିଳକ ମଥାରେ ନିତ୍ୟ ଧାରଣ କରନ୍ତୁ।

ମକର : ମକର ରାଶି ପାଇଁ ଦେବଗୁରୁ ବୃହସ୍ପତି ଚତୁର୍ଥ ଭାବରେ ଗୋଚର ଯୋଗୁଁ ନାନା ପ୍ରକାର ଅଶୁଭ ଫଳ ମିଳିବ । କିନ୍ତୁ ଗୋଚର ସମୟରେ ମକର ରାଶିର ଚନ୍ଦ୍ର ଶୁଦ୍ଧି ଥିବାରୁ ଅଶୁଭ ଫଳ କମ ହୋଇ ମଧ୍ୟମ ଶୁଭଫଳ ପ୍ରାପ୍ତି ହେବ । ନୂତନ ବ୍ୟବସାୟ, ବାଣିଜ୍ୟ ଏବଂ ଶୁଭକାର୍ଯ୍ୟରେ ବ୍ୟୟ ହେବ। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଚାକିରି ପାଇପାରିବେ । ନୂତନ ମୂଲ୍ୟବାନ ଦ୍ରବ୍ୟ ଘର ପାଇଁ କ୍ରୟ କରିବେ ଏବଂ ସନ୍ତାନ ପକ୍ଷକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

ପ୍ରତିକାର:  ହନୁମାନ ଚାଳିଶା ନିତ୍ୟ ପାଠ କରନ୍ତୁ ।

କୁମ୍ଭ : କୁମ୍ଭ ରାଶି ପାଇଁ ଦେବଗୁରୁ ବୃହଷ୍ପତି ତୃତୀୟ ଭାବରେ ଗୋଚର କରୁଛନ୍ତି ଏବଂ ଚନ୍ଦ୍ର ଶୁଦ୍ଧି ନଥିବାରୁ ବୃହସ୍ପତିଙ୍କ ଅଶୁଭଫଳ ପ୍ରାପ୍ତି ହେବ । ଫଳରେ ଅତ୍ୟଧିକ ପରିଶ୍ରମ କଲେ ମଧ୍ୟ କର୍ମରେ ଉନ୍ନତି କରିବା କଷ୍ଟ ହେବ। ପିତାଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ କଷ୍ଟ ପାଇବେ। ଭାଗ୍ୟବଳ କମିବା ଯୋଗୁ ପରିଶ୍ରମ ଅଧିକ ହେବ । ଏଣୁ ପ୍ରତିକାର କଲେ ଅଶୁଭଫଳ ନିଶ୍ଚିନ୍ତ କମି ଶୁଭଫଳ ପ୍ରାପ୍ତି ହେବ।

ପ୍ରତିକାର: ଗୋମାତାଙ୍କୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ଏବଂ କେଶର ତିଳକ ମଥାରେ ଧାରଣ କରନ୍ତୁ ।

ମୀନ: ମୀନ ରାଶି ପାଇଁ ଦେବଗୁରୁ ବୃହସ୍ପତି ଦ୍ୱିତୀୟ ଭାବରେ ଗୋଚର ଭୋଗ ହେଉଥିବାରୁ ଏବଂ ଗୋଚର ସମୟରେ ଚନ୍ଦ୍ର ଶୁଦ୍ଧି ଥିବାରୁ ବ୍ୟବସାୟ ବାଣିଜ୍ୟରେ ପ୍ରଚୁର ଲାଭ ପାଇବେ । ରୋଗ, ଋଣ ଓ ଶତ୍ରୃ କମିବେ । ଶାରୀରିକ ସୁସ୍ଥତା ଲାଭ ହେବ। ନୂତନ ବ୍ୟବସାୟ ପାଇଁ ଯୋଜନା ସହ ଅଚାନକ ଧନ ପ୍ରାପ୍ତିର ସୁଯୋଗ ମଧ୍ୟ ଆସିବ । କର୍ମକ୍ଷେତ୍ରକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିବ ।

ପ୍ରତିକାର:  ଧାର୍ମିକ ସ୍ଥାନରେ ଏବଂ ଜରାଶ୍ରମରେ ଯଥାସମ୍ଭବ ଦାନ ଦିଅନ୍ତୁ । ଚନ୍ଦନ ଓ କେଶରର ମିଶ୍ରିତ ତିଳକ ମଥାରେ ନିତ୍ୟ ଧାରଣ କରନ୍ତୁ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pPlqOk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages