ଜାଲ ସାର୍ଟିଫିକେଟ ରାକେର୍ଟ ମାମଲା: ୧୫ ଦିନ ପରେ ବଲାଙ୍ଗୀର ଛାଡିଲା କ୍ରାଇମବ୍ରାଞ୍ଚ, ତଦନ୍ତ ଫଳ ଶୂନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 16, 2023

ଜାଲ ସାର୍ଟିଫିକେଟ ରାକେର୍ଟ ମାମଲା: ୧୫ ଦିନ ପରେ ବଲାଙ୍ଗୀର ଛାଡିଲା କ୍ରାଇମବ୍ରାଞ୍ଚ, ତଦନ୍ତ ଫଳ ଶୂନ

ପୁଲିସକୁ ରୋକିଦେଇ ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେର୍ଟ ମାମଲାର ତଦନ୍ତ କରିବାକୁ ହାତ ପୂରାଇଥିବା କ୍ରାଇମ୍‌ବ୍ରାଞ୍ଚ ବଲାଙ୍ଗୀର ଛାଡ଼ିଛି। ହେଲେ ତଦନ୍ତକାଳ ଭିତର ନା ନୂଆ କ’ଣ ରହସ୍ୟ ମିଳିଲା ସ୍ପଷ୍ଟ କରିଛି, ନା ଆଉ କାହାରିକୁ ଗିରଫ କରିଛି। ଫଳତଃ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ନକଲି ସାର୍ଟିଫିକେଟ ରାକେର୍ଟର ମୁଖ୍ୟ ଅଭିଯୁକ୍ତ ଜଣେ ବିଜେଡି ନେତା ହୋଇଥିବାରୁ ଶାସକ ଦଳକୁ ସୁରକ୍ଷା ଦେବା ଭଳି କ୍ରାଇମବ୍ରାଞ୍ଚ ତଦନ୍ତ ଅଭିନୟ କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାର ଖୋଳତାଡ଼ କରିବା ପାଇଁ ଗତ ଏପ୍ରିଲ ୧ ତାରିଖରେ ବଲାଙ୍ଗୀର ଆସିଥିଲା କ୍ରାଇମବ୍ରାଞ୍ଚ ଟିମ। ୧୫ ଦିନ ଧରି ବଲାଙ୍ଗୀରରେ ଡେରା ପକାଇଥିଲା। ହେଲେ ଗତକାଲି ରାତିରେ ଏହି କ୍ରାଇମବ୍ରାଞ୍ଚ ଟିମ୍ ବଲାଙ୍ଗୀର ଛାଡ଼ିଥିବା ଜଣାପଡିଛି।

ଏହି ମାମଲାରେ ପ୍ରଥମେ ପାଞ୍ଚ ଜଣିଆ ଟିମ ଓ ପରେ କ୍ରାଇମବ୍ରାଞ୍ଚ ଆଇ.ଜି. ଆସି ଦୁଇଦିନ ଧରି ତଦନ୍ତ କରିଥିଲେ। ତାପରେ ଆଉ ଏକ ୫ ଜଣିଆ ଟିମ ଆସିଥିଲେ। କ୍ରାଇମବ୍ରାଞ୍ଚ ଟିମ ରହୁଥିବା ଡାକବଙ୍ଗଳାରୁ ଟାଉନ ଥାନା ଓ ଏଠାରୁ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ତଦନ୍ତ କରୁଥିଲା। ମନୋଜ ଜଣେ ବିଜେଡି ନେତା ହୋଇଥିବାରୁ ଘଟଣାର ତଦନ୍ତକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ତେବେ ଏହି ଟିମ୍ ତଦନ୍ତ ନିମନ୍ତେ ବାହାର ରାଜ୍ୟକୁ ଯିବା ତ ଦୂରର କଥା, ବଲାଙ୍ଗୀର ସହର ବାହାରକୁ ମଧ୍ୟ ଯାଇନଥିଲା। ୭ ଜଣଙ୍କୁ ଅଟକ ରଖି ପରେ ନୋଟିସ ଦେଇ ଛାଡି ଦେଇଥିଲା। ଯେତେବେଳେ କି ପୁଲିସ ଘଟଣାର ଖୁଲାସା କରିବା ପରେ ମାମଲା ରୁଜୁ କରିବାର ୪ ଦିନ ଭିତରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତା ସହିତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହା ସହିତ ମନୋଜ ମିଶ୍ରର କୋଚିଂ ସେଣ୍ଟରରୁ ପୁଳା ପୁଳା ନକଲି ସାର୍ଟିଫିକେଟ ଓ ମାର୍କସିଟ ଜବତ ହୋଇଥିଲା। ପୁଲିସ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ କରିବା ସହ ଗିରଫଦାରୀ ସଂଖ୍ୟା ବଢ଼ାଇ ଚାଲିଥିବା ସମୟରେ ହଠାତ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଲେ। ଏହାପରେ ନା ଏହି ଘଟଣାର ଆଉ କୌଣସି ନୂଆ ଲିଙ୍କ୍ ସାମ୍ନାକୁ ଆସିଲା, ନା ଆଉ କେହି ଗିରଫ ହୋଇଛନ୍ତି। ଯେତେବେଳେ କି ତଦନ୍ତ ବେଳେ ଏହି ରାର୍କେଟରେ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାର ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଲିଙ୍କ ରହିଥିବା ଏସ୍‌ପି ପୁଲିସ ତଦନ୍ତ ବେଳେ କହିଥିଲେ। ଉକ୍ତ କୋଚିଂ ସେଣ୍ଟରରୁ ମିଳିଥିବା ଡାଇରୀରୁ ପୂରା ରାର୍କେଟ ସୂଚନା ରହିଥିବା ଏସ୍‌ପି କହିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଯେତିକି ଗିରଫ ସଂଖ୍ୟା ହୋଇଥିଲା ବାସ୍ ସେତିକି। ପନ୍ଦର ଦିନ ଭିତରେ କ୍ରାଇମ ବ୍ରାଞ୍ଚ ଆଉ ଜଣେ କାହାରିକୁ ମଧ୍ୟ ଗିରଫ କରିପାରିନାହିଁ, ବରଂ ଅଟକ ଥିବା ଅନେକଙ୍କୁ ନୋଟିସ ଦେଇ ଛାଡି ଦେଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଉ ଆସିବ କି’ ନାହିଁ, ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ଏନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଗଣମାଧ୍ୟମରେ ମତ ଦେଇନି।

ସେପଟେ କ୍ରାଇମବ୍ରାଞ୍ଚ ବଦଳରେ ବଲାଙ୍ଗୀର ଏସ୍‌ପିଙ୍କ ନେତୃତ୍ୱରରେ ପୁଲିସକୁ ତଦନ୍ତ ଭାର ଦେବାକୁ ଦାବି କରିଛି ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ। ନଚେତ୍ ଆନ୍ଦୋଳନ ହେବ ବୋଲି ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ସଭାପତି ସନ୍ତୋଷ ପଟ୍ଟନାୟକ କହିଛନ୍ତି।

ରିପୋର୍ଟ- ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dXGgOmp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages