ଜଣେ ନବବଧୂଙ୍କୁ ତାର ଶାଶୂଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଲୁଙ୍ଗା ଅଞ୍ଚଳରେ। ମୃତ ମହିଳା ଜଣଙ୍କ ହେଲେ ବନଲତା ଜେନା।
ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଲୁଗା ଅଞ୍ଚଳର ସନ୍ତୋଷ ଜେନାଙ୍କ ଝିଅ ବନଲତା ଗତ ୫ବର୍ଷ ତଳେ ବାସୁଦେବପୁର ଥାନା ଅଧୀନ ବଡ଼ ଆନନ୍ଦପୁରର ରୋହିତ ଜେନାଙ୍କ ପୁଅ କିଶୋରଙ୍କୁ ପ୍ରେମ ବିବାହ କରିଥିଲେ। ଦୁଇ ପରିବାରଙ୍କ ସହମତିରେ ଏହି ବିବାହ ହୋଇଥିଲା। ବିବାହର କିଛି ଦିନ ସେମାନଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ପରେ ଶ୍ୱଶୁର ଘର ଲୋକେ ୪ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ବନଲତାଙ୍କୁ କହିଥିଲେ। ବନଲତା ଏଥିରେ ଆରାଜି ହେବାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏନେଇ ବନଲତା ନିଜ ପରିବାର ଲୋକଙ୍କୁ ଜଣାଇଥିଲା। ପରେ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇଥିଲା ।
ଗତ ୨୦ ତାରିଖ ଦିନ ବନଲତାଙ୍କ ମୃତଦେହ ସୋର ଥାନା ଅଧିନ ଘାସୁଆଠାରେ ମିଳିଥିଲା। ଏନେଇ ଶ୍ୱଶୁର ଘର ଲୋକେ ବନଲତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ବନଲତାଙ୍କୁ ତାର ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ରଖାଯାଇନଥିବା ବନଲତାଙ୍କ ମା’ ଅଭିଯୋଗ କରିଛନ୍ତି। ଏନେଇ ଗତକାଲି ନ୍ୟାୟ ଆଶାରେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ବନଲତାଙ୍କ ପରିବାର ଲୋକେ। ଘଟଣାର ତୁରନ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଛନ୍ତି।
ମୋ ଝିଅକୁ ଭଲ ପାଇ ବାହାହେଲା। ଯୌତୁକ ପାଇଁ ମୋ ଝିଅ ତାର ଶ୍ୱଶୁର ଘର ଲୋକେ ମାରିଦେଲେ ବୋଲି ବନଲତାଙ୍କ ମା କହିଛନ୍ତି। ଏନେଇ ବନଲତାଙ୍କ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZWflH3c
No comments:
Post a Comment