ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଭିସେରା ରିପୋର୍ଟରେ ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।
ସମ୍ବଲପୁର ଏସ୍ପିଙ୍କ ସୂଚନା ଅନୁସାରେ, ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକହଲ ସେବନ କରିଥିବା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସିସିଟିଭି ଫୁଟଜେରେ ପିଇବା ବେଳର ଫୁଟେଜକୁ ଏହା ଲିଙ୍କ୍ କରୁଛି। ଚିନ୍ମୟୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍ ହୋଇଛି।
ବ୍ୟବଚ୍ଛେଦ ରିପୋର୍ଟ ଓ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। କିନ୍ତୁ ଏହା ଆତ୍ମହତ୍ୟା ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ସେ ନେଇ ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସ୍ପି କହିଛନ୍ତି।
ସୂଚନାଯୋଗ୍ୟ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ ।
ଏହି ଘଟଣାର ୨ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍ସନ୍ କରାଯାଇଥିବା ବେଳେ ସେମାନେ ସବୁ ସତ କହିଥିବା ରିପୋର୍ଟ ଆସିଥିବା ଏସ୍ପି କହିଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ବେଳେ କେବଳ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଯେତେବେଳେ ପୁଲିସ୍ ଡାକିବ, ସେତେବେଳେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ କୁହାଯାଇଛି ବୋଲି ଏସ୍ପି ସୂଚନା ଦେଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xzlWE3c
No comments:
Post a Comment