ମୂର୍ତ୍ତି ସ୍ଥାପନକୁ ନେଇ ଜଳିଲା ନିଆଁ, ପୁଲିସ୍‌ ଉପରକୁ ଟେକା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 12, 2023

ମୂର୍ତ୍ତି ସ୍ଥାପନକୁ ନେଇ ଜଳିଲା ନିଆଁ, ପୁଲିସ୍‌ ଉପରକୁ ଟେକା ମାଡ଼

ମୂର୍ତ୍ତି ସ୍ଥାପନକୁ ନେଇ ରାଜସ୍ଥାନ ଭରତପୁରର ନଦବାଇ ଅଞ୍ଚଳରେ ସୃଷ୍ଟି ହୋଇଛି ବିସ୍ଫୋରକ ସ୍ଥିତି। ମହାରାଜା ସୁରଜମଲ ଓ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଉଗ୍ର ରୂପ ଧାରଣ କରିଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଟେକାପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌କୁ  ଲୁହବୁହା ଗ୍ୟାସ ଚଳାଇବାକୁ ପଡ଼ିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ଫୋର୍ସଙ୍କୁ ମତୟନ କରାଯାଇଛି। 

 ନଦବାଇରେ ସ୍ଥାନୀୟ ମ୍ୟୁନିସିପାଲିଟି ପକ୍ଷରୁ ୩ଟି ସ୍ଥାନରେ ୩ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିନିମନ୍ତେ ଗଠିତ କମିଟି ପକ୍ଷରୁ କୁମ୍ଭେର ସ୍କୋୟାରରେ ମହାରାଜା ସୁରଜମଲଙ୍କ ପ୍ରତିମୂର୍ତ୍ତି, ବୈଲାରା ଛକରେ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ନଗର ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା। କିନ୍ତୁ ସ୍ଥାନୀୟ ଲୋକେ ନଦବାଇରେ ମହାରାଜା ସୁରଜମଲଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି କରୁଥିଲେ।

ଗତ ୮ ତାରିଖରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଘଟଣାର ସମାଧାନ କରିବାକୁ ଯାଇ ଆପଣମାନେ ଯେଉଁଠି ଚାହିଁବେ ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିଜ ମତ ବଦଳାଇ ବୈଲାରା ଛକରେ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଡେହରା ଛକରେ ମହାରାଜା ସୁରଜମଲଙ୍କ ପ୍ରତିମୂର୍ତ୍ତି ଲଗାଯିବ ବୋଲି କହିଥିଲେ। ଯାହାକୁ ନେଇ ଗତକାଲି ଆରମ୍ଭ ହୋଇଥିବା ବିବାଦ ରାତିରେ ଉଗ୍ର ରୂପ ଧାରଣ କରିଥିଲା।

ପ୍ରଶାସନ ଏହାକୁ କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବୁଧବାର ରାତିରେ କୁହୁଳି ବିସ୍ଫୋରକ ରୂପ ନେଲା। ଗ୍ରାମବାସୀ ବୈଲାରା ଛକରେ ନିଆଁ ଲଗାଇ ଦେବା ସହ ପଥର ଫିଙ୍ଗିବାକୁ ଆରମ୍ଭ କଲେ। ଖବର ପାଇ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଥିବା ପୁଲିସ୍‌ ଉପରକୁ ମଧ୍ୟ ସେମାନେ ପଥର ଫୋପାଡ଼ିବାକୁ ଆରମ୍ଭ କଲେ। ଫଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସକୁ ଲୁହବୁହା ଗ୍ୟାସ ଛାଡିବାକୁ ପଡିଥିଲା। ଏହାପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏହି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ଏହି ହିଂସାକାଣ୍ଡ ସମୟରେ ଟେକାମାଡ଼ ଯୋଗୁ ବହୁ ପୁଲିସ୍‌ଙ୍କ ସମେତ ସାଧାରଣ ଲୋକେ ବି ଆହତ ହୋଇଛନ୍ତି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Q4yft7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages