କଲବଲ କରୁଛି ତାତି, ସାଢ଼େ ୮ଟା ସୁଦ୍ଧା ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 12, 2023

କଲବଲ କରୁଛି ତାତି, ସାଢ଼େ ୮ଟା ସୁଦ୍ଧା ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲା

୩ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକରର ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଛି ୬ଟି ସହର ତାପମାତ୍ରା। ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୁରୀରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୧.୬ ଡ଼ିଗ୍ରୀ, ଝାରସୁଗୁଡା ୩୧ ଡ଼ିଗ୍ରୀ ଚାନ୍ଦବାଲି ୩୦.୮ ଡ଼ିଗ୍ରୀ, କେନ୍ଦୁଝର୩୦.୪ ଡ଼ିଗ୍ରୀ, ପାରାଦୀପ ୨୯.୮ ଡ଼ିଗ୍ରୀ, ସମ୍ବଲପୁର ୨୯.୨ ଡ଼ିଗ୍ରୀ, ଗୋପାଳପୁର ୨୮.୬ ଡ଼ିଗ୍ରୀ ଓ ହୀରାକୁଦରେ ୨୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କାରଣରୁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି। ତେଣୁ ଆଗାମୀଦୁଇ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନକରିଛି ପାଣିପାଗ କେନ୍ଦ୍ର। ଏହାସହ କିଛି ଜିଲ୍ଲାରେ ହିଟ୍ ୱେଭ୍ ଆଲର୍ଟ ବି ଜାରି କରାଯାଇଛି। ତେବେ ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fceUt1d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages