‘ମେଡିସିନ ଖାଇଲେ ବସନ୍ତ ମା’ ଠାକୁରାଣୀ ରାଗିଯିବେ, ଅଧିକ କଲବଲ କରିବେ’। ମନରେ ଏପରି ଅନ୍ଧବିଶ୍ୱାସକୁ ଜାବୁଡ଼ି ରଖି ହାଡ଼ଫୁଟି ହୋଇଥିଲେ ମଧ୍ୟ ମେଡିସିନ୍ ଖାଉନାହାନ୍ତି ଗ୍ରାମବାସୀ। ପୂଜାପାଠ କଲେ ଭଲ ହୋଇଯିବ ବୋଲି ବିଶ୍ୱାସ ରଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।
ଜିଲ୍ଲାର ଆନ୍ଧ୍ର ପ୍ରଦେଶର ସୀମାନ୍ତ ଅଞ୍ଚଳ ଜମାଦେଇପେଣ୍ଠ ପଞ୍ଚାୟତର ମେଣ୍ଡିଗୁଡ଼ା, ଟିକରପଡ଼ା ଓ ବିଲେଶୁ ଗାଁର ହାଡଫୁଟିରେ ପ୍ରାୟ ୨୦ ଜଣ ଲୋକେ ଅସୁସ୍ଥ ହୋଇଛନ୍ତି। ୧୫ ଭିତରେ ୩ଟି ଗାଁରେ ପ୍ରାୟ ୨୦ ରୁ ଅଧିକ ଏହି ରୋଗରେ ଆକ୍ରନ୍ତ ହୋଇଛନ୍ତି। ହେଲେ ସେମାନେ ଡାକ୍ତରଙ୍କ ଚିକିତ୍ସା ପରିବର୍ତ୍ତେ ପୂଜା ପାଠ ଉପରେ ବିଶ୍ୱାସ କରୁଛନ୍ତି। ପୂଜାପାଠ କରି ନିମ୍ବ ପତ୍ର ଓ ହଳଦୀ ଲଗାଇଲେ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ ରଖିଛନ୍ତି। ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ଲୋକମାନଙ୍କୁ ସଚେତନା କରିବା ସହ ଚିକିତ୍ସା କରିଛନ୍ତି।
ଜଣେ ଗ୍ରାମବାସୀ କହିଛନ୍ତି, ଜ୍ୱର ସାଙ୍ଗକୁ ହାତ ଗୋଡ଼ ବ୍ୟଥା ହେଉଛି। ଦେହ ସାରା ଫଳି ଯାଇଥିଲା। ପୂଜାପାଠ କରିବା ଦ୍ୱାରା ରୋଗ ଭଲ ହେଇ ଯାଉଛି।
ବିଜ୍ଞାନ ଯୁଗର ମଣିଷ ହୋଇ ବି ଆଜି ବି ଲୋକମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଯାଉନାହିଁ। ରୋଗ ହେଲେ ଚିକିତ୍ସା ପରିବର୍ତ୍ତେ ପୂଜାପାଠ ଓ ଝଡ଼ାଫୁଙ୍କା ଉପରେ ନିର୍ଭର କରୁଛନ୍ତି। ଯାହାଫଳରେ ରୋଗର ଉପଯୁକ୍ତ ଚିକିତ୍ସା ନ ହେବାରୁ କେତେକ ଲୋକଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xQFcPJC
No comments:
Post a Comment