ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ଅହମଦ, ମିଳିଲାନି ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 13, 2023

ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ଅହମଦ, ମିଳିଲାନି ଅନୁମତି

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗତକାଲି ପୁଲିସ୍‌ ଏନକାଉଣ୍ଟର ନିହତ ହୋଇଥିବା ଜଣାଯାଇଛି । ଅସଦ ଅହମଦଙ୍କ ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ଉଭୟଙ୍କୁ ସମାଧି ଦିଆଯିବ ।  ତେବେ ପୁଅର ଶେଷ ଶୋଭାଯାତ୍ରାରେ ସାମିଲ ହେବା ନିମନ୍ତେ ଅତିକ ଅହମ୍ମଦଙ୍କୁ ଅନୁମତି ମିଳିନି ।

 ଗତକାଲି ଅତିକ ମହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କୁ ପ୍ରୟାଗରାଜର ଏକ କୋର୍ଟରେ ହାଜର କରାଯାଇଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। କୋର୍ଟରେ ଥିବା ସମୟରେ ହିଁ ଅତିକ ମହମ୍ମଦ ପୁଅର ଏନକାଉଣ୍ଟର ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏପରିକି ବାହୁବଲୀ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ପୁଅର ଶେଷକୃତ୍ୟ ବେଳେ ଉପସ୍ଥିତି ରହିବାକୁ ଅତିକ ମହମ୍ମଦ ପ୍ରୟାଗରାଜର ଏକ କୋର୍ଟରେ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।  ସୁରକ୍ଷା ଦୃଷ୍ଟିରୁ ଏଥିନିମନ୍ତେ ତାଙ୍କୁ ଅନୁମତି ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଫଳରେ ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ।   

ଡାକ୍ତରଙ୍କ ଏକ ପ୍ୟାନେଲ୍ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଏହାର ଭିଡିଓଗ୍ରାଫି କରାଯାଇଛି। ଉକ୍ତ ସମୟରେ ମେଡିକାଲ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ବେଳେ ସମଗ୍ର ଅଞ୍ଚଳର ୨୦ ମିଟର କ୍ଷେତ୍ରର କାର୍ଯ୍ୟକଳାପକୁ କ୍ୟାମେରାରେ କଏଦ କରାଯାଇଥିଲା। ଅସଦଙ୍କ ବେକ ଏବଂ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି।

ଅସଦଙ୍କ ପରିବାର ପକ୍ଷରୁ ତାଙ୍କ ଅଜା ଓ ମଉସା ପ୍ରଶାସନଠୁ ଆଜି ଗ୍ରହଣ କରି ପ୍ରୟାଗରାଜ  ଶ୍ମଶାନରେ ସମାଧି ଦେବେ ବୋଲି ଜଣାଯାଇଛି । ତେବେ ମହମ୍ମଦ ଗୁଲାମଙ୍କ ମୃତଦେହକୁ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ମନା କରି ଦେଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହକୁ ସମାଧି ଦିଆଯିବ ।

ସୂଚନାଯୋଗ୍ୟ, ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କର ୨ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଅସଦ ଓ ଗୁଲାମ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଧରିବା ଏସଟିଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଏଥିପାଇଁ ବହୁ ଟିମ୍‌ ଗଠିତ ହୋଇଥିଲା। ଏପରିକି ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଲେଖା ପୁରସ୍କାର ବି ଘୋଷଣା କରାଯାଇଥିଲା। ହେଲେ ଉଭୟ ଖୁବ୍‌ ଅଳ୍ପ ଦିନ ବ୍ୟବଧାନରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଫେରାର ଯାଉଥିବାରୁ ସେମାନଙ୍କୁ ଧରିବା ସମ୍ଭବପର ହୋଇ ପାରୁ ନ ଥିଲା।

ସବୁବେଳେ ନିଜ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବା ଅସଦ ପୁଲିସ୍‌ ନଜରରୁ ବର୍ତ୍ତିବା ପାଇଁ ୨ ମାସ ମଧ୍ୟରେ ୬ ଥର ସ୍ଥାନ ପରିବର୍ତ୍ତନ କରି ସାରିଥିଲା। ଖୁବ୍‌ କମ୍‌ ଦିନରେ ୧୦ଟି ସିମ୍‌ କାର୍ଡ ବଦଳାଇ ସାରିଥିଲା। ଏହାପରେ ଗୁରୁବାର ଉଭୟ ଅସଦ ଓ ଗୁଲାମ ବେଶ ବଦଳାଇ ବାଇକ୍‌ ଯୋଗେ ଝାନସୀ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲେ।

ଖବର ପାଇ ଏସଟିଏଫ ଟିମ୍‌ ସେମାନଙ୍କ ପିଛା କରିଥିଲେ। ଏହାପରେ ସେମାନଙ୍କୁ ଏସଟିଏଫ ପକ୍ଷରୁ ଅଟକାଇବାକୁ ଚେଷ୍ଟା କରାଯାଉଥିବା ବେଳେ ସେମାନେ କିନ୍ତୁ ଗୁଳି ଚାଳନା କରିଥିଲେ। ଫଳରେ ପାଲଟା ଗୁଳି ଚାଳନା କରିବାକୁ ଯାଇ ଏସଟିଏଫ ଉଭୟଙ୍କ ଏନକାଉଣ୍ଟର କରିଥିବା ଜଣାଯାଇଛି।

ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଓ ତାଙ୍କ ଭାଇଙ୍କୁ ଗତକାଲି ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jNO3eYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages