ମହୁମାଛି ଆକ୍ରମଣରେ ୮ ଆହତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 23, 2023

ମହୁମାଛି ଆକ୍ରମଣରେ ୮ ଆହତ, ଜଣେ ଗୁରୁତର

ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଶୀର୍ଷା ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଅକ୍ଷୟ ତୃତୀୟା ଅବସରରେ ପୂଜା ଓ ହୋମଯଜ୍ଞ ଆୟୋଜିତ ହୋଇଥିଲା। ରଥ ଅନୁକୂଳ ପାଇଁ ହୋମଯଜ୍ଞ ଚାଲିଥିବା ବେଳେ ମନ୍ଦିର ସମ୍ମୁଖରେ ଥିବା ବଉଳ ଗଛରୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନେ ଶୀର୍ଷା ଅଞ୍ଚଳର କୁଞ୍ଜ ବିହାରୀ ସେଠୀ, ସୁଧାଂଶୁ ଶେଖର ସାହୁ , ଦୁର୍ଗା ପ୍ରସାଦ ମହାପାତ୍ର, ବସନ୍ତ ଗିରି, ନଗେନ ସିଂ, ଅମୃତ ସେଠୀ ଓ ଜଣେ ନାବାଳିକା।

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସଂକୀର୍ତ୍ତନ ଦଳର ସଦସ୍ୟମାନେ ମଧ୍ୟ ମହୁ ମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣ କରିବା ବେଳେ ଉପସ୍ଥିତ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ଘଟଣାପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମହୁମାଛି ଆକ୍ରମଣ ଯୋଗୁ କିଛି ସମୟ ପୂଜା କାର୍ଯ୍ୟରେ ବାଧା ଉପୁଜିଥିଲା। ପରେ ସବୁ ସ୍ୱାଭାବିକ ଭାବେ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/R58TvG9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages