ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଯେଉଁ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ମୃତ ଘୋଷଣା କରାଯାଇଥିଲା, ସେ ଦୁଇ ବର୍ଷ ପରେ ଜୀବିତ ଅବସ୍ଥାରେ ଫେରିଛନ୍ତି। ମଧ୍ୟପ୍ରଦେଶର ଭୋପାଲରୁ ଏପରି ଖବର ସାମ୍ନାକୁ ଆସିଛି।
୨୦୨୧ରେ କରୋନା ଯୋଗୁ କମଲେଶ ନାମକ ଜଣେ ୩୦ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା କୁହାଯାଇଥିଲା। କିନ୍ତୁ ମୃତ ଘୋଷଣା ହେବାର ୨ ବର୍ଷ ଅର୍ଥାତ ୨୦୨୩ରେ ସେ ଗୁଜରାଟର ଅହମଦାବାଦରୁ ଜୀବିତ ଅବସ୍ଥାରେ ନିଜ ଘରକୁ ଫେରିଛନ୍ତି।
କମଲେଶଙ୍କ ଘର ମଧ୍ୟପ୍ରଦେଶର ଧର ଜିଲ୍ଲାରେ। କରୋନାର ଦ୍ୱିତୀୟ ୱେଭ ବେଳେ କମଲେଶଙ୍କୁ ମୃତ ଘୋଷଣା କରାଯାଇଥିଲା। ହେଲେ ସେ କରୋନାରେ ପ୍ରାଣ ହରାଇଥିବାରୁ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନଥିଲା। ସ୍ଥାନୀୟ ପ୍ରଶାସନ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା ମଧ୍ୟ ସେତେବେଳେ ସୂଚନା ଦେଇଥିଲା।
କମଲେଶ କରୋନାରେ ପ୍ରାଣ ହରାଇଥିବା ଖବର ପ୍ରଚାର ହେବା ପରେ ତାଙ୍କ ପରିବାର ଓ ପ୍ରିୟଜନମାନେ ପରମ୍ପରା ଅନୁସାରେ ଶୁଦ୍ଧି ମଧ୍ୟ ହୋଇଥିଲେ। କମଲେଶଙ୍କ ବିନା ସେମାନେ ବଞ୍ଚିବା ମଧ୍ୟ ଶିଖି ନେଇଥିଲେ।
କିନ୍ତୁ ତଥାକଥିତ ମୃତ୍ୟୁର ୨ ବର୍ଷ ପରେ କମଲେଶ ଫେରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତାଙ୍କ ପରିବାର ଲୋକ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ତେବେ କମଲେଶ ଦେଇଥିବା ବୟାନ ମଧ୍ୟ ଆହୁରି ସାଂଘାତିକ। ଏବେ କମଲେଶଙ୍କ ଅବସ୍ଥା ଭଲ ନାହିଁ।
ସେ କହିଛନ୍ତି ଯେ ଗୁଜରାଟର ଗୋଟିଏ ଗ୍ୟାଙ୍ଗ କବଳରେ ସେ ଫସି ଯାଇଥିଲେ। ତାଙ୍କୁ ସେମାନେ ଦିନେ ଛଡ଼ା ଦିନେ ନିଶା ଇଞ୍ଜେକସନ ଦେଇ କାମ କରାଉଥିଲେ। ଏବେ ସେ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଛନ୍ତି। କମଲେଶ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ହେଁ ତାଙ୍କ ପତ୍ନୀ ଓ ପରିବାର ଲୋକ ଚିହ୍ନିବାକୁ ସକ୍ଷମ ହୋଇଛନ୍ତି। ସେହିପରି ଧର ଜିଲ୍ଲା ପ୍ରଶାସନ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AO2pIyL
No comments:
Post a Comment