‘କୋଟିଏ ଦିଅ, ନଚେତ ଜୀବନରୁ ମାରିଦେବୁ।’ ପ୍ରସିଦ୍ଧ କଥାକାର ଅନିରୁଦ୍ଧାଚାର୍ଯ୍ୟଙ୍କୁ ମିଳିଛି ଏପରି ଧମକପୂର୍ଣ୍ଣ ଚିଠି। ଏନେଇ ଅନିରୁଦ୍ଧାଚାର୍ଯ୍ୟଙ୍କ ଆଶ୍ରମ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଏହାର ଛାନଭିନ ଆରମ୍ଭ କରିଛି।
ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନପୁରର କଥାକାର ଅନିରୁଦ୍ଧାଚାର୍ଯ୍ୟଙ୍କ ପ୍ରବଚନ ଶୁଣିବାକୁ ଖୁବ୍ ଭିଡ଼ ଜମେ। ଦେଶର ବିଭିନ୍ନ କୋଣରେ ତାଙ୍କ ଅନୁଗାମୀ ରହିଛନ୍ତି। ଅନିରୁଦ୍ଧାଚାର୍ଯ୍ୟଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କୁ କୋଟିଏ ଟଙ୍କା ଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଏନେଇ ତାଙ୍କୁ ବହୁ ଥର ଫୋନ୍ରେ ଧମକ ମିଳିଥିବା ବେଳେ ଧମକପୂର୍ଣ୍ଣ ଚିଠି ବି ମିଳିଛି। କୋଟିଏ ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ବି ସ୍ପଷ୍ଟ ଭାବେ ଲେଖା ଯାଇଛି।
ଅନିରୁଦ୍ଧାଚାର୍ଯ୍ୟ ଏବେ ପ୍ରବଚନ କାର୍ଯ୍ୟକ୍ରମ ନିମନ୍ତେ ଇନ୍ଦୋରରେ ଥିବା ବେଳେ ତାଙ୍କ ଅନୁଗାମୀଙ୍କ ଦ୍ୱାରା ଏ ନେଇ ମଥୁରାର ଏକ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏକ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଞ୍ଚ ସହ ଆଶ୍ରମକୁ ଆସୁଥିବା ଲୋକଙ୍କ ପରେ ନଜର ରଖାଯାଇଛି। ଏଥିସହ ଅନ୍ୟ ଦିଗରୁ ବି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ଏନେଇ ଅନିରୁଦ୍ଧାଚାର୍ଯ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SvOEeyN
No comments:
Post a Comment