‘ତାଜମହଲ ପ୍ରେମର ପ୍ରତୀକ ନୁହେଁ, ତାକୁ ମାଟିରେ ମିଶାଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 5, 2023

‘ତାଜମହଲ ପ୍ରେମର ପ୍ରତୀକ ନୁହେଁ, ତାକୁ ମାଟିରେ ମିଶାଯାଉ’

ଦେଶର ବହୁ ପୁରାତନ ଐତିହ୍ୟ ତଥା କୀର୍ତ୍ତିରାଜୀ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ଧରାଯାଏ । ହେଲେ ଏହା ପ୍ରେମର ପ୍ରତୀକ ନୁହେଁ ବୋଲି ଖୋଲାଖୋଲି କହିଛନ୍ତି ଆସାମର ବିଜେପି ବିଧାୟକ ରୁପଜ୍ୟୋତି କୁର୍ମୀ । ସେ ତାଜମହଲକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ ।

ରୁପଜ୍ୟୋତି କୁର୍ମୀ କହିଛନ୍ତି, ଯଦି ଶାହଜାହାନ ନିଜ ଚତୁର୍ଥ ପତ୍ନୀ ମମତାଜଙ୍କୁ ପ୍ରକୃତ ପ୍ରେମ କରୁଥିଲେ ଓ ତାଙ୍କ ପାଇଁ ହିଁ ତାଜମହଲ କରିଥିଲେ ତେବେ ସେ  କ’ଣ ପାଇଁ ଆଉ ୩ ଥର ବିବାହ କରିଥିଲେ? ତେଣୁ ତାଜମହଲ ଓ କୁତବମୀନାର ପରି ସ୍ମାରକୀକୁ ଭାଙ୍ଗି ମାଟିରେ ମିଶାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ରୁପଜ୍ୟୋତି କୁର୍ମୀ ।

ବିଜେପି ନେତାଜଣକ କହିଛନ୍ତି, "ମୋଗଲଙ୍କ ବିଷୟକୁ ଦେଶରୁ ହଟାଇବାକୁ ପଡିବ। ଜଣେ ମୋଗଲ ରାଜା ଜାହାଙ୍ଗୀର ୨୦ ଥର ବିବାହ କରିଥିଲେ। ତାଜମହଲକୁ ସମଗ୍ର ଦେଶରେ ପ୍ରେମର ପ୍ରତୀକ କୁହାଯାଉଥିବା ବେଳେ ମମତାଜ ମହଲ ବି କୁହାଯାଏ। ମମତାଜ ଶାହଜାହନଙ୍କ ଚତୁର୍ଥ ପତ୍ନୀ ହୋଇଥିବା ବେଳେ ତାଙ୍କ ପରେ ବି ଶାହଜାହାନଙ୍କ ପତ୍ନୀଙ୍କ ତାଲିକା ଲମ୍ବି ଚାଲିଥିଲା।

ମୋଗଲମାନେ ୧୫୨୬ରେ ଭାରତ ଆସିଥିବା ବେଳେ ୧୬୩୨ରେ ତାଜମହଲ ତିଆରି କଲେ। ଏଥିନିମନ୍ତେ ସେ ଟଙ୍କା କେଉଁଠୁ ପାଇଲେ? ଏଥିରୁ ସ୍ପଷ୍ଟ ହେଉଛି ଭାରତରେ ଥିବା ହିନ୍ଦୁ ରାଜାଙ୍କୁ ମାରି, ଧମକାଇ ତାଙ୍କଠୁ ଲୁଟ୍‌ କରିଥିବା ଅର୍ଥରେ ହିଁ ମୋଗଲମାନେ ତାଜମହଲ ତିଆରି କରିଛନ୍ତି।

ଏଥିସହ ସେ ଯୁକ୍ତି ବାଢ଼ିଛନ୍ତି, ସୋମନାଥ ମନ୍ଦିର ୧୨୦୦ ମସିହାରେ ମୋଗଲମାନେ ଭାରତ ଆସିବା ପୂର୍ବରୁ ନିର୍ମିତ ହୋଇଥିଲା। ଏହିପରି କାରୁକାର୍ଯ୍ୟପୂର୍ଣ୍ଣ ବହୁ ମନ୍ଦିର ମୋଗଲମାନେ ଭାରତ ଆସିବା ପୂର୍ବରୁ ନିର୍ମିତ ହୋଇଥିଲା। ଏହାର ଅର୍ଥ ହେଉଛି, ଏହି ସବୁ ମନ୍ଦିର ଭାରତୀୟମାନେ ନିଜ ଅର୍ଥରେ କରିଥିଲେ । କୌଣସିଠାରୁ ଲୁଟତରାଜ କରି ଏସବୁ ସ୍ମାରକୀ ସେମାନେ ଛିଡ଼ା କରି ନାହାନ୍ତି। 

ତେଣୁ ମୋଗଲଙ୍କ ବିଷୟରେ ଆମ ଆଗାମୀ ପିଢ଼ୀ ଜାଣିବା ଆବଶ୍ୟକତା ନାହିଁ। ଏହାକୁ NCERTରୁ ହଟାଇଦେବାକୁ ଦାବି କରୁଛୁ। ବିଜେପି ନେତା ରୁପଜ୍ୟୋତି କୁର୍ମୀଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହେବା ଆରମ୍ଭ ହେଲାଣି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kCcKwih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages